Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tafizul hussain

Others

4  

Tafizul hussain

Others

ଶସ୍ତା ଏଠି ମହଙ୍ଗା

ଶସ୍ତା ଏଠି ମହଙ୍ଗା

1 min
363



ମହଙ୍ଗା ମହଙ୍ଗା ମହଙ୍ଗା 

କେତେ ଚିତ୍କାର କରୁଛ 

ଶସ୍ତା ମଧ୍ୟ ଅଛି ! 

ବିଶ୍ବାସ କରିପାରିବନି ଏତେ ଶସ୍ତା 

ନିଜ ଚାରିପାର୍ଶ୍ବକୁ ଦେଖ 

ସବୁଠୁ ଶସ୍ତା ମାଟିର ବିଛଣା ପଡ଼ିଛି 

କେତେ ସୁଖରେ ସେ ମଣିଷଟି 

ଶସ୍ତା ଆକାଶକୁ ଚାଦର କରି ଓଢ଼ିଛି । 

ୟାଠୁ ବି ଆଉ ଶସ୍ତା ଦରକାର ? 

ହେଉ ଚାଲ 

ଭୋକ ଅଉ ବିଳିବିଳେଉନି 

ଦେଖୁଛ ସେ ଚୁଲି ଉପରେ ବସିଥିବା ହାଣ୍ଡିକୁ 

ସେଥିରେ ଭାତ ନୁହେଁ ପାଣି ଫୁଟୁଛି 

ମାଗଣାରେ ମିଳିଥିବା ଭିକ୍ଷା ଚାଉଳ 

ସେଥିରେ ଫୁଟିବ, ଭୋକ ମେଣ୍ଟିବ । 

କ’ଣ ପସନ୍ଦ ଆସିଲାନି ! 

ଆଉ ସସ୍ତା ଦରକାର 

ଯୌତୁକ ରାକ୍ଷାସ ଗିଳିଗଲା 

ସାମାନ୍ୟ ପାଟିତୁଣ୍ଡ ହେଲା 

ପରେ ସବୁ ଚୁପ୍

ଏବେ ଠିକ୍ ଅଛିନା ? 

ଆଉ ଶସ୍ତା ଦରକାର ! 

ହାତରେ ତାଟିଆ ଧରିଥିବା ସେ ମହିଳା 

ହଁ ତା କୋଳରେ ଥିବା ଶିଶୁ 

ଏଇ ଦୁଇଟି ଜୀବନ ପୁରାପୁରି ଶସ୍ତା 

ଦୁଇ, ପାଞ୍ଚ ଟଙ୍କା ମାତ୍ର 

ଏ ସମାଜ ଚକ୍ଷୁରେ ତାଙ୍କର ମୂଲ୍ୟ 

ଏବେ ବି ମନକୁ ପାଇଲାନି ? 

ଏଥର ନିଅ ସବୁଠୁ ଶସ୍ତା 

ଦୁଇ ଆଖି ବନ୍ଦ କରିଦିଅ 

ମୁହଁ ବନ୍ଦ କରିଦିଅ 

କାନ ବନ୍ଦ କରିଦିଅ 

ଏଥର ନା ଦେଖାଯିବ, ନା କହିବ ନା ଶୁଣିବ 

କେବଳ ଶାନ୍ତି ଶାନ୍ତି ଓ ପରମ ଶାନ୍ତି 

ଏହାହିଁତ ଖୋଜୁଥିଲ ନା ତୁମେ ଶସ୍ତାରେ । 

ଥରେ ଏମାନଙ୍କ ଭଳି ଜୀବନ ବଞ୍ଚିଦେଖ 

ଆପେ ବୁଝି ପାରିବ 

ଜୀବନର ମୂଲ୍ୟ ଓ ଶସ୍ତାର ବାସ୍ତାବତା 

ବନ୍ଧୁ ନିଜକୁ ନିଜେ ନୁହେଁ 

ଯେଉଦିନ ନିମ୍ନସ୍ତରର ଜୀବନକୁ ବିଝିବ 

ସେଦିନ ମହଙ୍ଗାର ବାସ୍ତବତାକୁ ଅନୁଭବ କରିପାରିବ।। 



Rate this content
Log in