STORYMIRROR

Tafizul hussain

Romance

3  

Tafizul hussain

Romance

ତୁମ ପ୍ରିୟା

ତୁମ ପ୍ରିୟା

1 min
155


ଫଗୁଣ ଆଜି ବେରଙ୍ଗ ହୋଇଛି

ତୁମ ଓଠରେ ଯେ ଲାଲିମା ଯାଇଛି ଛାଇ

ଜହ୍ନ ଆଜି ଗୁମାନ କରିଛି

ତା ଲାଜକୁ ଯେ ତୁମେ ଆଣିଚ ଚୋରାଇ

ମୋ ପ୍ରିୟା ତୁମେ ତ ମୋ ଆକାଶର ଜହ୍ନ

ରହିଥିବି ଏମିତି ତୁମକୁ ଅନାଇ

ବରଷା ଆଜି ଉଦାସେ ବସିଛି

ତା ରୁଣୁ ଝୁଣୁ ଶବ୍ଦ ତୁମ ନୁପୁରେ ଯାଇଛି ଛାଇ

ତୁମ ଚାଲି ଦେଖି ହଂସିନୀ ଭୁଲିଛି

ବିକଳେ ଖୋଜୁଛି ତା ପାଦର ମାଦକତା ଗଲା କାହିଁ

ମୋ ପ୍ରିୟା ତୁମେ ତ ମୋ ହଂସିନୀ

ଦେଖି ତୁମ ଚାଲି ନିଦ ମୁଁ ଦେଇଛି ହରାଇ

ସମୁଦ୍ର ଲହଡ଼ି ଯେବେ ଖେଳେ ତୁମ ପଣତରେ

ବ୍ୟାକୁଳ ହୁଏ ହୃଦୟ ସ୍ପର୍ଶ କରନ୍ତି କି ଥରେ

ଇଚ୍ଛା ହୁଏ ତୋଳି ଆଣନ୍ତି ଗୋଲାପ

ଗଭାରେ ତୁମର ସଜାନ୍ତି ମୁଁ ଥରେ

ହୃଦୟ କାନନେ କେତେଯେ ସପନ

ମୋ ଆଖିର ନିଦ ତ ତୁମେ ଦେଇଛ ହଜାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance