ତୁମ ପ୍ରିୟା
ତୁମ ପ୍ରିୟା
ଫଗୁଣ ଆଜି ବେରଙ୍ଗ ହୋଇଛି
ତୁମ ଓଠରେ ଯେ ଲାଲିମା ଯାଇଛି ଛାଇ
ଜହ୍ନ ଆଜି ଗୁମାନ କରିଛି
ତା ଲାଜକୁ ଯେ ତୁମେ ଆଣିଚ ଚୋରାଇ
ମୋ ପ୍ରିୟା ତୁମେ ତ ମୋ ଆକାଶର ଜହ୍ନ
ରହିଥିବି ଏମିତି ତୁମକୁ ଅନାଇ
ବରଷା ଆଜି ଉଦାସେ ବସିଛି
ତା ରୁଣୁ ଝୁଣୁ ଶବ୍ଦ ତୁମ ନୁପୁରେ ଯାଇଛି ଛାଇ
ତୁମ ଚାଲି ଦେଖି ହଂସିନୀ ଭୁଲିଛି
ବିକଳେ ଖୋଜୁଛି ତା ପାଦର ମାଦକତା ଗଲା କାହିଁ
ମୋ ପ୍ରିୟା ତୁମେ ତ ମୋ ହଂସିନୀ
ଦେଖି ତୁମ ଚାଲି ନିଦ ମୁଁ ଦେଇଛି ହରାଇ
ସମୁଦ୍ର ଲହଡ଼ି ଯେବେ ଖେଳେ ତୁମ ପଣତରେ
ବ୍ୟାକୁଳ ହୁଏ ହୃଦୟ ସ୍ପର୍ଶ କରନ୍ତି କି ଥରେ
ଇଚ୍ଛା ହୁଏ ତୋଳି ଆଣନ୍ତି ଗୋଲାପ
ଗଭାରେ ତୁମର ସଜାନ୍ତି ମୁଁ ଥରେ
ହୃଦୟ କାନନେ କେତେଯେ ସପନ
ମୋ ଆଖିର ନିଦ ତ ତୁମେ ଦେଇଛ ହଜାଇ ।