STORYMIRROR

Tafizul hussain

Classics

3  

Tafizul hussain

Classics

ବର୍ଷା

ବର୍ଷା

1 min
13


ପ୍ରଥମ ଦୃଶ୍ୟ 

ରାମବାବୁ ବସି ଥିଲେ ଆରାମ ଚେୟାର ଉପରେ

ହାତରେ ଗରମ୍ ପକୋଡା ଧରି

ଝରକା ସେପାଖ ଦୃଶ୍ୟ ଉପଭୋଗ କରୁଛନ୍ତି 

ସହଧର୍ମିଣୀଙ୍କ ହାତରେ ଗରମ୍ କଫି

ସହ ଖୁସିରେ ଆଜି ଦିନଟି ଯାଇଛି ସେମାନଙ୍କ ସରି ।


ଦ୍ବିତୀୟ ଦୃଶ୍ୟ 

ଲକ୍ଷ୍ମୀ ଟକିଜ ଛକରେ ଅବିଶ୍ରାନ୍ତ ବର୍ଷା 

ଅଟକି ରହିଛି ଟେମ୍ପୁ ଯାତ୍ରୀଙ୍କ ଅପେକ୍ଷାରେ

ହିସାବ କରୁଛି ରୋଜଗାର ତ ନାହିଁ 

ମାଲିକର ପାଉଣା କେମିତି ଦେବ

ଘରକୁ କ'ଣ ନେଇକି ଯିବ

ବର୍ଷା ସହ ତାଳ ଦେଇ ଲୁହ ଝରୁଛି ଗାରେ ଗାରେ ।


ତୃତୀୟ ଦୃଶ୍ୟ 

ବଖରାଏ ମାଟିଘର ଚାଲରୁ ଝରୁଛି ପାଣି

ସମୟ ବିତି ଚାଲିଛି, ଭାଗ୍ୟ ଧରି ରହିଛି ଟାଣି 

ତର ପାଉନି କଡ଼ ଲେଉଟାଇବା ପାଇଁ ଜୀବନ ଯେଉଁଠି 

କେମିତି ସଜାଡିବ ଭୋକିଲା ପେଟକୁ ଅର୍ଣ୍ଣ 

ଚୁଲି ମୁଣ୍ଡରେ ବସି ଯଶୋଦା ପାରୁନି ଜାଣି 


ଚତୁର୍ଥ ଦୃଶ୍ୟ 

ଲେଖକ କବିତାର ଶୀର୍ଷକ ଖୋଜୁଛି 

କେତେଯେ ଭାବନାରେ ସେ ଛନ୍ଦି ହେଉଛି 

ଜୀବନର କେଉଁ ଧାରରେ ସେ ବୋହିବ

କେଉଁ କାହାଣୀରେ ସେ ଅଭିନୟ କରିବ

କଲମ ହାତରେ ଧରି ବର୍ଷାକୁ ଅନାଇଁ ରହିଛି ।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics