STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଜୀବନ ଡ଼ଙ୍ଗା ମୋ..... "

"ଜୀବନ ଡ଼ଙ୍ଗା ମୋ..... "

1 min
35

ସଂସାର ସାଗରେ       ଜୀବନ ଡ଼ଙ୍ଗା ମୋ 

      କେଉଁ ଆଡେ ପ୍ରଭୁ ଯାଉଛି ଭାସି 

ଦୂରେ ବହୁଦୂରେ        ଅତୀତ ମୋହର 

       ଭବିଷ୍ୟତ କଥା ଭାବୁଛି ବେଶି ll

ଦିଗନ୍ତ ବିସ୍ତାରି         ଏ ସଂସାର ଦରି 

       ଲାଗିବକି ନାବ କୂଳରେ ମୋର? 

ଦିଗହରା ମୁଁ ଯେ        ଭ୍ରମିତ ନାଉରୀ 

      ଖୋଜି ମୁଁ ପାଉନି ଛାଇକୁ ମୋର ll

ନାହିଁ ଥଳ କୂଳ         ନାହିଁ ମୋର ବଳ 

      ଲଙ୍ଘିବାକୁ ପ୍ରଭୁ ସଂସାର ଦରି 

ପତରଟିଏ ମୁଁ         ସମୟ ସୁଅରେ 

      ତୁମେ ପ୍ରଭୁ ମୋତେ କରିବ ପାରି ll

ତୁମେ ମୋର ଆଶା      ତୁମେ ମୋର ଦିଶା 

       ତୁମେତ ଭରସାର ଦ୍ବୀପଟିଏ 

ଏ ଭବସାଗରେ        ଅଦୃଶ୍ୟ ଅନ୍ଧାରେ 

       ମୋ ଡାକକୁ ପ୍ରଭୁ ଶୁଣିବ କିଏ? Il

କାଳର କବଳେ        ଅସହାୟ ମୁଁ ଯେ 

       ମାଡିଆସେ ପ୍ରଭୁ ଅଶାନ୍ତ ଝଡ଼ 

ଜଣାନାହିଁ ମୋତେ      କେଉଁ ଦିଗେ ସତେ 

     ମୋ ଜୀବନ ଡ଼ଙ୍ଗା ନେବଯେ ମୋଡ଼ ll

ଅଶାନ୍ତ ଝଡ଼ରେ       ଜୀବନ ଡ଼ଙ୍ଗା ମୋ 

      ଅଥଳ ସାଗରେ ଯିବକି ଡୁବି?

ନିୟତିର ଗତି        ତୁମେ ଜାଣ ପତି 

     ତୁମ ହାତେ ମୋର ପରାଣ ଚାବି ll

ତୁମେ ଅଛ ପ୍ରଭୁ       ନିଃସଂଗ ଜୀବନେ 

      କାହିଁକି ଭାବିବି ନିଜକୁ ଏକା 

ମୋ ଜୀବନ ନାବେ     ତୁମେତ ନାଉରୀ 

    ତୁମେ ମୋର ବନ୍ଧୁ ତୁମେ ମୋ ସଖା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy