STORYMIRROR

Ganesh Das

Tragedy

4  

Ganesh Das

Tragedy

ଗର୍ଭରୁ ଆସୁଛି ଓଳି

ଗର୍ଭରୁ ଆସୁଛି ଓଳି

1 min
13


ନା ଅନ୍ଧାରରେ ମରିବାକୁ ଚାହେଁନା

ମୁଁ ଦୁନିଆକୁ ଦେଖିବି,

ଡଷ୍ଟବିନ୍ ରେ ପଡ଼ିବାକୁ ଚାହେଁନା

ଘରେ ଟିକିଏ ରହିବି,

କେବେ ଅନାଥ ହବାକୁ ମୁଁ ଚାହେଁନା

ତମ ସ୍ନେହ ଟିକେ ନେବି

ହେ ମାଆ ଟିକିଏ ସୁଯୋଗ ଦେ ମୋତେ,

ମୁଁ ଦୁନିଆକୁ ଦେଖିବି।


କୁନିପାଦରେ ଧରଣୀରେ ନାଚିବି

ମୁଁ ମିଠା ଗୀତ ଗାଇବି,

କଠିନ ପରିଶ୍ରମ କରି ପଢ଼ିବି

ବଡ଼ ମଣିଷଟେ ହେବି,

ମୋ ଭିତରେ ଅଛି ଅଦମ୍ୟ ସାହସ 

ପଥର ଭାଙ୍ଗି ପାରିବି,

ହେ ମାଆ ଟିକିଏ ସୁଯୋଗ ଦେ ମୋତେ,

ମୁଁ ଦୁନିଆକୁ ଦେଖିବି।


ପୁଅ ଠୁ କୌଣସି ଗୁଣରେ କମ୍ ନୁହେଁ

ପୁଅ ଠୁ ଆଗକୁ ଯିବି,

ତମ ଦୁଃଖ କଷ୍ଟକୁ ଆପଣା କରି

ଆଖିରୁ ଲୁହ ପୋଛିବି,

ସବୁବେଳେ ଭଲ ଭଲ କାମକରି

ତମ ନାଁ ଟେକ ରଖିବି।

ହେ ମାଆ ଟିକିଏ ସୁଯୋଗ ଦେ ମୋତେ,

ମୁଁ ଦୁନିଆକୁ ଦେଖିବି।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy