ସ୍ମୃତି
ସ୍ମୃତି
ସ୍ମୃତି ଯେବେ ଲୁଚିବୁଲେ
ଅଗାଧ ସମୁଦ୍ରର ଭୂତଳେ,
ମନ ଆବେଗରେ ଉଦବେଳିତ ହୁଏ
ଖୋଜିବାର
ଖୋଜିଆଣି ଜାବୁଡି ଧରିବାର
ସ୍ମୃତି ତୁମର।
ସେବେ ମନେ ପଡ ତମେ
ମନେ ପକାଇ ଦିଏ ଅଭୁଲା ସ୍ମୃତି ତୁମର ।
ଆଭାସିତ ହୁଏ, ମୁଖମଣ୍ଡଳ ତୁମର
ହସ ହସ ମୁଖେ ମନେ ପଡିଯାଏ
ଦୁୁଃଖର ସମ୍ଭାର ।
ବହି ଆସେ ଦୁୁଇ ଟୋପା ଲୁହ,
ସାଥିରେ ଥାଏ ଅକୁହା କଥାର କୋହ
ତମେ ହାରିିିନଥିଲ, ହରେଇଯାଇଥିଲ ମୋତେ ।
ସାଥିଟିଏ ହୋଇ
ସାଥି କଲ ନାହିଁ
କାହିଁ ଛାାଡି ଚାଲିଗଲ
ମନେ ପଡେ
ଅଭୁଲା ସ୍ମୃତି ତୁମର
ଅଭୁଲା ସ୍ମୃତି ତୁମର ।