STORYMIRROR

Subhrajit Pradhan

Others

3  

Subhrajit Pradhan

Others

ମାଆ

ମାଆ

1 min
215

ସ୍ନେହମୟୀ ମାଆ ତୁ ମୋର

ତୁ ଥିଲେ ମୋତେ ନଥାଏ ଡର

ପାଦ ବଢାଇ ଧରି ନାହିଁ ହାତ ତୋର

ଧରି ହାତ ପାଦ ବଢ଼ାଏ ମୋର

ସେଥିପାଇଁ ବୋଧେ ଜିଣିଛି ସଂସାର

ସ୍ନେହମୟୀ ମାଆ ତୁ ମୋର ।।

ସ୍ନେହମୟୀ ମାଆ ତୁ ମୋର

ତୋ ଗାଳି ,ତୋ ମାଡ ପୁଣି ତୋର ହସ

ଦୁଃଖ ରେ ମୋର ମୁଖରେ ଦିଏ ହରସ

ମନ ହରସେ ବୋଧେ କାମ ହୁଏ ସରସ

ସରସେ ଜିଣିଛି କେବେ କରି ନାହିଁ ଦୋଷ

ସ୍ନେହମୟୀ ମାଆ ତୁ ମୋର ।।

ସ୍ନେହମୟୀ ମାଆ ତୁ ମୋର

ଛାଡିନି ,ଛାଡି ପାରିବିନି କେବେ ତୋର ହାତ

ଯାହାପାଇଁ ବଦଳିଛି ମୋ ଜୀବନର ଅର୍ଥ

ଆଶା ରେ ସାତ ଜନମର ମୁଁ ତୁମ ପୁତ

ଦିଅ ମାଆ ମୋତେ ଏହି ଆଶୀର୍ବାଦ

ସ୍ନେହମୟୀ ମାଆ ତୁ ମୋର ।।



Rate this content
Log in