Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhrajit Pradhan

Others

4.0  

Subhrajit Pradhan

Others

ଦର୍ଶନ

ଦର୍ଶନ

1 min
196


କେଉଁ ନାମେ ତମେ ଡାକିଲେ ଶୁଣ

ଡାକି ଡାକି ଭାଙ୍ଗି ଗଲାଣି ମନ

ଭକ୍ତ ପାଇଁ ହୁଅ ଅଳସ ବିହୀନ

ଦେଖିପାରୁଛ କିପରି, ଏପରି ଦୀନ ।


ଅଭିମାନୀ ଆଜି ମୁଁ କରେ ଅଭିମାନ

ମୋତେ ଲୋଡା ଖାଲି ତୁମରି ଦର୍ଶନ

ଭାବଦର୍ଶନେ କରେ ସ୍ପର୍ଶ ତୁମରି ଚରଣ

କୃପା ରଖ ସଦା ହେ ଅରକ୍ଷରକ୍ଷଣ ।


କେଉଁ ନାମେ ତମେ ଡାକିଲେ ଶୁଣ

ଡାକି ଡାକି ଭାଙ୍ଗି ଗଲାଣି ମନ

କିଆଁ ଡାକିବି ଆଉ ଲଗାଇ ପ୍ରାଣ

ତଥାପି ଅବୁଝାମନ ଡାକେ ରାତି ଦିନ ।


ଆଶା ଠାରୁ ବଡ ଏ ସପନ

ପାଲଟିଛି ତମ ଠାରେ ହୀନ

ହୀନ ଜୀବର ରଖ ହେ ମାନ

ଦେଇ ଦର୍ଶନ ଦେଇ ଦର୍ଶନ ।


Rate this content
Log in