STORYMIRROR

Subhrajit Pradhan

Inspirational

3  

Subhrajit Pradhan

Inspirational

ମାଆ

ମାଆ

1 min
304

ସ୍ନେହମୟୀ ମାଆ ତୁ ମୋର

ତୁ ଥିଲେ ମୋତେ ନଥାଏ ଡର

ପାଦ ବଢାଇ, ଧରିନି ହାତ ତୋର

ଧରି ହାତ, ପାଦ ବଢ଼ାଏ ମୋର

ସେଥିପାଇଁ ବୋଧେ ଜିଣିଛି ସଂସାର

ସ୍ନେହମୟୀ ମାଆ ତୁ ମୋର ।

ସ୍ନେହମୟୀ ମାଆ ତୁ ମୋର

ତୋ ଗାଳି ,ତୋ ମାଡ ପୁଣି ତୋର ହସ

ଦୁଃଖରେ ମୋର ମୁଖରେ ଦିଏ ହରସ

ମନ ହରସେ ବୋଧେ କାମ ହୁଏ ସରସ

ସରସେ ଜିଣିଛି କେବେ କରିନି ଦୋଷ

ସ୍ନେହମୟୀ ମାଆ ତୁ ମୋର ।

ସ୍ନେହମୟୀ ମାଆ ତୁ ମୋର

ଛାଡିନି, ଛାଡିପାରିବିନି କେବେ ତୋର ହାତ

ଯାହା ପାଇଁ ବଦଳିଛି ମୋ ଜୀବନର ଅର୍ଥ

ଆଶା, ସାତ ଜନମେ ମୁଁ ହୁଏ ତମ ପୁତ

ଦିଅ ମାଆ ମୋତେ ଏହି ଆଶୀର୍ବାଦ

ସ୍ନେହମୟୀ ମାଆ ତୁ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational