STORYMIRROR

Subhrajit Pradhan

Abstract

3  

Subhrajit Pradhan

Abstract

ବିଶ୍ୱାସର ସତ୍ତା

ବିଶ୍ୱାସର ସତ୍ତା

1 min
250

ଶୀତଳ ସକାଳ କିରଣ ର ଅନ୍ତ ତମ ଚରଣ

ସନ୍ଧ୍ୟାର ଆଳତୀ ଧୂପର ଆଶା ତମ ଶରଣ

ଶେଷ ଆଶାରେ ,ଆଦି ଉଷାରେ ତମ ଥାଉ ଆଶୀର୍ବାଦ

ପୂରଣ ହୋଇଯିବ ଜୀବନର ସବୁ ଲକ୍ଷ୍ୟ ଭେଦ

ବୁଝି ପାରିନି କି ଦେଖି ପାରିନି ତମ ମାୟା

ବିଶ୍ୱାସରେ ଅଛ ବୋଲି ଅଛି ଆଜିର କାୟା

ବଢିଛି ମୋ ଭକ୍ତିରେ ବିଶ୍ୱାସ ଶୁଣି ତମ କାହାଣୀ

ଶକ୍ତି, ସେବା, ଜୟର ଅପୂର୍ବ ସେ ସବୁ ଲେଖନୀ

ଏ ସତ କି ମିଛ ଜାଣିନି ଆଜି, କି ପାରିବିନି କାଲି

ବିଶ୍ୱାସେ ଭଗବାନ ଶୁଣି ମାନିଛି ସତ୍ୟ ବୋଲି

ଯେଉଁ ସତ୍ୟ ଆଜି ମୋତେ ନେଇଛି ଉପରକୁ ଟାଣି

ଯେତେ ହେଲେବି ସେ ସତ୍ୟ କୁ ବୁଝି ପାରୁନି

କେଉଁ ସତ୍ୟର ନୂତନ ଅସ୍ତିତ୍ବର ଏ ଗାଥା

ଦର୍ଶନ ଦେଇ ପ୍ରମାଣିତ କର ତା ସତ୍ତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract