STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
219

ଧର୍ମ ମାସର ପୂର୍ଣ୍ଣାହୂତିରେ 

ମାସକର ସଞ୍ଚିତ ପୁଣ୍ୟ ଚିଠାରେ

ଆଜି ଯେତିକି ଖୁସି ନୁହେଁ

ବୋଧହୁଏ ଆସନ୍ତା କାଲିର ସ୍ୱପ୍ନରେ

ବିଭୋର ହେଉଥିବା ହୃଦୟରେ

ଉଙ୍କିମାରେ ଏକ ରକ୍ତ ରଞ୍ଜିତ

ବର୍ବର ହିଂସାକାଣ୍ଡର ସମୂହ ଘଟଣା।


ଧର୍ମ ପରେ ଅଧର୍ମର

କେଜାଣି ଏ କେଉଁ ଏକ ପରମ୍ପରାଟିଏ

କାର୍ତ୍ତିକ ସରିଯାଏ କର୍ତ୍ତବ୍ୟର ମିଛ ଦ୍ୱାହିରେ

ମାର୍ଗଶୀରର ମାର୍ଗ ଖୋଲେ

ଏକ ରକ୍ତାକ୍ତ ଦିବସରୁ

ସତରେ ଧର୍ମ କଣ ଏଇ ଗୋଟିଏ ମାସରେ ବନ୍ଧା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract