STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ମରୁଭୂମି

ମରୁଭୂମି

1 min
245

ମାୟା ମରୁପଥେ ଭ୍ରମିତ ଜୀବନ

ପଥ ଖୋଜି ଧନ୍ଦି ହୁଏ,

ସୁଖର ଶୀତଳ ମରୀଚିକା ପଛେ

ଧାଇଁ ଧାଇଁ କ୍ଳାନ୍ତ ହୁଏ। 


କେବେ ମଥା ପରେ ତପ୍ତ ସଙ୍ଘର୍ଷର

ଅଗ୍ନିର ସ୍ଫୁଲିଙ୍ଗ ଝରେ,

କେବେ କଣ୍ଟକିତ ଦ୍ଵନ୍ଦ ପରୀକ୍ଷାରେ

ପାଦରୁ ରୁଧିର ଝରେ। 


ଦୂରେ ଦିଶେ କ୍ଷୁଦ୍ର ମରୁଦ୍ୟାନଟିଏ

ସନ୍ତୋଷର ବାରି ଧରି,

ପାଦ ଧାଇଁ ଯାଏ ସମ୍ମୋହିତ ହୋଇ

ମାଦକ ନିଶାରେ ଝୁଲି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract