STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସ୍ଵପ୍ନର ବାଲିଘର

ସ୍ଵପ୍ନର ବାଲିଘର

1 min
157

ମେଞ୍ଚାଏ ସ୍ଵପ୍ନର ବାଲିଘର

ଇଛା ଓ ଆଶା ମାନଙ୍କର ପ୍ରଲୋଭନ

ତା ଭିତରେ ଉବୁଟୁବୁ ହୁଏ 

ସଂଜ୍ଞା ଖୋଜି ଧନ୍ଦି ହେଉଥିବା ଏକ ଅଭ୍ୟସ୍ତ ସଂସାର। 


କେବେ ଧୂଳିଝଡ଼ରେ ପୋତି ହୋଇଯାଏ

ସାଇତା ଯୋଜନାର ଅନେକ ଅଧାଗଢ଼ା ଶିଳାନ୍ୟାସ ମାନ

କେବେ ଉଡ଼ିଯାଏ ସଜଡ଼ା ସମୃଦ୍ଧି

ନିୟତିର ଉଜୁଡ଼ା ତୋଫାନରେ ଭାଙ୍ଗିଦେଇ ମନ। 


ଯନ୍ତ୍ରଣାର ବତୁରା ଆର୍ଦ୍ରତା ଖୁବ୍ ଲାଭ ହୁଏ

ବାଲିଘରରେ ଭରିଦିଏ ଯଥେଷ୍ଟ ସ୍ଥିରତା,

ଅଭିମାନ ଓ ଅପମାନ ଏକା ଭଳି ଲାଗନ୍ତି

ଯେବେ ଦୁଃଖ ମାନେ ଡେରା ପକାନ୍ତି ଅଗଣା ମଝିରେ

ଯେତେ ସବୁ ମଧୁରତା ଲାଗେ ଭାରି ପିତା। 


ତଥାପି ଜୀବନର ବେଳାଭୂମି ଖାଲି ପଡ଼େ ନାହିଁ

ହେଉ ପଛେ ଲୁଣା ବାୟୁ, ନିଶ୍ୱାସରେ ଭରିଦିଏ ସବୁଜ ପ୍ରାଣ। 

ସ୍ଵପ୍ନ ମାନେ ଭିଡ଼ ଜମାନ୍ତି ସମ୍ଭାବନାର ଲହଡ଼ି ଆଗରେ

କେବେ କିଛି ମିଳିଯାଏ କେବେ ପୁଣି ଦିଶେ ସବୁ ଶୂନ୍ୟ,

ଗଢ଼ା ହୁଏ ଭଙ୍ଗା ହୁଏ କେତେ ଘର ରାଶି ରାଶି ଇଛା ଓ ଆଶାର ବାଲିରେ

ସେଇ ଘରଟାକୁ ଜଗି ରହିବାର ନାମ ବୋଧହୁଏ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract