ହର୍ଷ ଓ ବିଷାଦ
ହର୍ଷ ଓ ବିଷାଦ
ଚିରା ପଣତରେ କେତେ ଆଖି ଲୁହ
ପୋଛିବ ଦରଦୀ ମାଆ
ଶୁଖି ଯାଆନ୍ତି କି ସବୁ ଲୁହ ତାର
କିଏ ଅଛି ତାର ସାହା ।
କରୋନାର ସେହି କରାଳ ରୂପରେ
ସବୁ ସିନା ଗଲା ଧୋଇ
କେମିତି କହିବି ମୋର ଏ ବେଦନା
ରହିଛି ମୋ ଛାଇ ହୋଇ ।
ହର୍ଷ ଓ ବିିିଷାଦ ସବୁୁତ ସମାନ
ଏଇ ମୋ ଜୀବନ ଘର
କେଉଁ ଅଭିଶାପ ଭୋଗୁଛିି କାଳିଆ
କେଉଁ ଦୋଷ ଅଛି ମୋର ।