STORYMIRROR

kahnu charan sahu

Abstract

4  

kahnu charan sahu

Abstract

~ସ୍ବପ୍ନ ଏବେ ଫିକା~

~ସ୍ବପ୍ନ ଏବେ ଫିକା~

1 min
249


ଆଧୁନିକତାର ସ୍ପର୍ଶରେ

ନିଜ ହୃଦୟକୁ 

ପ୍ରେମର ସପ୍ତ ରଙ୍ଗରେ 

ରଙ୍ଗେଇବାକୁ ଚେଷ୍ଟା କରୁ କରୁ 

ନିଜେ ପଡ଼ିଗଲି ଫିକା 


କାହା ପାଖରେ

ନିଜରପଣିଆ ଜାହିର କରିବାର ସ୍ବପ୍ନ

ପ୍ରତିଥର ଶୁଣେଇଦେଇଯାଏ ବହେ


କାହାକୁ ହୃଦୟର କେଇପଦ ପ୍ରଶ୍ନ

ପଚାରିବାକୁ ଲାଗେ ଭୟ

କାରଣ ହୃଦୟର ପରିସୀମା ଭିତରେ

ଯାହାଙ୍କୁ ନିଜର ଭାବିନେଇ

ନିଜରପଣିଆ ନିର୍ମାଣ କରିବାକୁ ଚେଷ୍ଟାକରେ

ଅଧା ନିର୍ମାଣ ଭିତରେ ହିଁ 

ଆରମ୍ଭ କରିଦିଅନ୍ତି ଦୂରେଇ ଯିବାର ଯୁଦ୍ଧ !


ବିଚରା ହୃଦୟ

ରଡ଼ି ଛାଡେ, କାକୁତି ମିନତୀ ହୁଏ

ଛାଡି ଯାଅନି, ମୋ ପାଖରୁ 

ଦୂରେଇ ଯାଅନି 

ଖୁବ ଭଲପାଇବି, ସୁଖରେ ଦୁଃଖରେ

ଚିରଦିନ କାନ୍ଦି ହସେଇବି

ଏ ସବୁ କିଏ ବା ବୁଝିପାରେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract