~ସ୍ବପ୍ନ ଏବେ ଫିକା~
~ସ୍ବପ୍ନ ଏବେ ଫିକା~
ଆଧୁନିକତାର ସ୍ପର୍ଶରେ
ନିଜ ହୃଦୟକୁ
ପ୍ରେମର ସପ୍ତ ରଙ୍ଗରେ
ରଙ୍ଗେଇବାକୁ ଚେଷ୍ଟା କରୁ କରୁ
ନିଜେ ପଡ଼ିଗଲି ଫିକା
କାହା ପାଖରେ
ନିଜରପଣିଆ ଜାହିର କରିବାର ସ୍ବପ୍ନ
ପ୍ରତିଥର ଶୁଣେଇଦେଇଯାଏ ବହେ
କାହାକୁ ହୃଦୟର କେଇପଦ ପ୍ରଶ୍ନ
ପଚାରିବାକୁ ଲାଗେ ଭୟ
କାରଣ ହୃଦୟର ପରିସୀମା ଭିତରେ
ଯାହାଙ୍କୁ ନିଜର ଭାବିନେଇ
ନିଜରପଣିଆ ନିର୍ମାଣ କରିବାକୁ ଚେଷ୍ଟାକରେ
ଅଧା ନିର୍ମାଣ ଭିତରେ ହିଁ
ଆରମ୍ଭ କରିଦିଅନ୍ତି ଦୂରେଇ ଯିବାର ଯୁଦ୍ଧ !
ବିଚରା ହୃଦୟ
ରଡ଼ି ଛାଡେ, କାକୁତି ମିନତୀ ହୁଏ
ଛାଡି ଯାଅନି, ମୋ ପାଖରୁ
ଦୂରେଇ ଯାଅନି
ଖୁବ ଭଲପାଇବି, ସୁଖରେ ଦୁଃଖରେ
ଚିରଦିନ କାନ୍ଦି ହସେଇବି
ଏ ସବୁ କିଏ ବା ବୁଝିପାରେ?
