ମାଆ
ମାଆ
1 min
239
ସ୍ନେହମୟୀ ମାଆ ତୁ ମୋର
ତୁ ଥିଲେ ମୋତେ ନଥାଏ ଡର
ପାଦ ବଢାଇ ଧରି ନାହିଁ ହାତ ତୋର
ଧରି ହାତ ପାଦ ବଢ଼ାଏ ମୋର
ସେଥିପାଇଁ ବୋଧେ ଜିଣିଛି ସଂସାର
ସ୍ନେହମୟୀ ମାଆ ତୁ ମୋର ।।
ସ୍ନେହମୟୀ ମାଆ ତୁ ମୋର
ତୋ ଗାଳି, ତୋ ମାଡ ,ପୁଣି ତୋର ହସ
ଦୁଃଖରେ ମୋର ମୁଖରେ ଦିଏ ହରସ
ମନ ହରସେ ବୋଧେ କାମ ହୁଏ ସରସ
ସରସେ ଜିଣିଛି କେବେ କରି ନାହିଁ ଦୋଷ
ସ୍ନେହମୟୀ ମାଆ ତୁ ମୋର ।।
ସ୍ନେହମୟୀ ମାଆ ତୁ ମୋର
ଛାଡି ନାହିଁ, ଛାଡି ପାରିବିନାହିଁ କେବେ ତୋର ହାତ
ଯାହା ପାଇଁ ବଦଳିଛି ମୋ ଜୀବନର ଅର୍ଥ
ଆଶାରେ,ସାତ ଜନମର ମୁଁ ତୁମ ପୁତ
ଦିଅ ମାଆ ମୋତେ ଏହି ଆଶୀର୍ବାଦ
ସ୍ନେହମୟୀ ମାଆ ତୁ ମୋର ।।
