STORYMIRROR

Gajendra Kumar sethy

Abstract

4  

Gajendra Kumar sethy

Abstract

ଡଙ୍ଗା

ଡଙ୍ଗା

1 min
268

ଜୀବନ ଡଙ୍ଗା ମୋ ସମୟ ସୁଅରେ

ଭସାଇ ନେଉଛି ଦୂରେ

ମୁଁ ଜାଣିଛି ପ୍ରଭୁ ତୁୁୁୁମରି ଆହୁଲା

ନେଇ ଲଗାଇବ କୂଳେ ।

ଅଥଳ ସାଗର ଗଭୀରତା କେତେ

ସେ କଥା ମୁଁ ଜାଣିନାହିଁ

ଏତିକି ଜାଣିଛି ତୁମେ ଥିଲେ ମୋର

ଚିନ୍ତା ମୁଁ କରିବି କାହିଁ ।

ସଂସାର ନାମରେ ତୁମେ ହିଁ ନାଉରୀ

ନାଆ ଖାଲି ସିନା ମୋର

ତୁମ ବିନା ମୁହିଁ ତତଲା ବାଲୁକା

ସତେ ଶୁଖିଲା ପତର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract