ବିଜନତା
ବିଜନତା
ନିଶିର ବିଜନେ ଭାବେ ସିନା ମନେ
ପ୍ରିୟା ପାଶେ ଯିବି ଚାଲି
ରାତି ପାହିିିଗଲେ ସପନ ସରିଲେ
ରହେେ ଖାଲି ମରୁବାଲିି।
ଦିବସ ବିିଜନେ ବୟସ୍କ ବୟସ
ଅପେକ୍ଷା ହିିଁ ପ୍ରତୀକ୍ଷିତ
ଅପରାହ୍ନ ପରେ ସଂଜ ନଇଁ ଗଲେ
ସବୁ ଏଠିି ଉପେକ୍ଷିତ
ସ୍ମୁତିର ବିିଜନେ ସବୁ ଅପାସୋରା
ସୀମା ସରହଦ ଡେଇଁ
ସେଇଥିପାଇଁ ତ ବିଜନତା କେବେ
ସୁଖ ଦେଇ ପାରେନାହିଁ
ମନ ବିଜନତା ମନ ସିନା ଜାଣେ
ଖୋଲି କହି ପାରେେନାହିଁ
ସେଇଥିପାଇଁ ତ ବିଜନ ବେଳାରେ
ଏକା ଚାଲୁଥାା ମୁହିଁ ।

