STORYMIRROR

PUSPALATA SAHOO

Tragedy

4  

PUSPALATA SAHOO

Tragedy

ବନ୍ଧୁ

ବନ୍ଧୁ

1 min
39

ତୁମ ସାଥେ ବନ୍ଧନ ମୋ ଏକ ସ୍ବର୍ଗୀୟ ଆନନ୍ଦ 

   ନ ଥାଏ ସେଥିରେ ରାଗ ରୁଷା ଅଭିମାନ 

       ଲୋଡ଼ା ନାହିଁ ଏଠି ଜାତକ ମିଳନ 

   ଛଳନା ଓ ପ୍ରତାରଣାର ନାହିଁ ଏଠି ସ୍ଥାନ 

ହୃଦୟର ଭାଷାକୁ ସହଜେ ବୁଝି ପାର ତୁମେ 

ବନ୍ଧୁ ଏ ଦୁନିଆରେ ଥାଅ ସଦା ମୋ ମନରେ 

  ଯେତେ ଦୂରେ ଥିଲେ ଲାଗ ଅଛ ତ ପାଖରେ 

     ଦୁର୍ଗମ ସମୟରେ ଚାଲ ମୋ ସାଥିରେ 

         ଥିଲ ଅଛ ଥିବ ସବୁ ମୁହୁର୍ତରେ 

     ଆସୁଥିବ ତୁମେ ସେଇ ପାହାନ୍ତି ସ୍ୱପ୍ନରେ 

     ହାତ ଠାରି ଡାକୁଥିବ ଆସ ବନ୍ଧୁ ଥରେ 

     ହଜିଯିବା ଆଉ ଥରେ ପୁରୁଣା ସ୍ମୃତିରେ 

       ହଁ !ସେଇ ପୁରୁଣା ସ୍ମୃତିରେ 

  ସାଉଁଟିବା ଅତୀତ ସ୍ମୃତିକୁ ନିର୍ଜନ ବେଳାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy