STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ଆଜିର ନାରୀ

ଆଜିର ନାରୀ

1 min
169


ଆଜିର ନାରୀ କେବେ ସ୍ବପ୍ନର ପରୀ

ମନର ନାୟିକା ସାଜେ

ଶୂନ୍ୟ ହୃଦୟରେ ପ୍ରାଣର ସ୍ପନ୍ଦନ

ଶୀହରଣ ନେଇ ଆସେ।


ଅଜଣା ରାଇଜର ରାଜକୁମାରୀ 

ସାତସୁରର ରାଗିଣୀ

କେବେ ସ୍ୱର୍ଗପୁରର ଅପସରୀ ତୁ

କେବେ ସୈନ୍ଦର୍ଯ୍ୟ ମୋହିନୀ।


କେବେ ମମତାମୟୀ ବାତ୍ସଲ୍ୟମୟୀ

ସାଜିଥାଏ ସେ ଜନନୀ

ସୃଷ୍ଟିର କାରିଣୀ ସୃଷ୍ଟି ଵିନାଶିନୀ

ପୁଣି ସେ ଜଗତଜନନୀ।


କେବେ ସେ ଦୁହିତା କେବେ ସେ ଭଗିନୀ

କେବେ ସାଜେ ଗୃହିଣୀ

ଶକ୍ତି ସ୍ୱରୂପିଣୀ ଶକ୍ତି ପ୍ରଦାୟିନୀ

ପୁଣି ମଙ୍ଗଳକାରିଣୀ।


କେବେ ଦୁର୍ଗାରୂପ କେବେ ଝାନସିରାଣୀ

ସକଳଶକ୍ତି କାରିଣୀ

କେବେ ସେ ମମତା କେବେ ସେ କୁଳଟା

ହୁଏ ସେ ଅଭିମାନିନୀ।


ଆଜିର ନାରୀ କେତେବେଳେ କି ରୂପ

କେବେ ଛଳନାକାରୀ

ନାରୀ କୁହୁକିନୀ ନାରୀ ମାୟାଵିନୀ

କେବେ ଅସହାୟ ତରୁଣୀ


ଦୁନିଆ ଆଗରେ ନାରୀର ଅସ୍ଥିତ୍ଵ

କେବେ ହୁଏ ନାହିଁ ଚିହ୍ନି

ଅଦୃଶ୍ୟ ରାଇଜେ ହଜିଗଲେ ଥରେ

କେହି ପାରନ୍ତିନି ଜାଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy