ଧୈର୍ଯ୍ୟ
ଧୈର୍ଯ୍ୟ
ତୁମେ ତ ସାଥି ମୋର
ନିଃସଙ୍ଗ ବେଳାରେ
ତୁମେ ତ ଶକ୍ତି ମୋର
ଦୁର୍ବଳ ସ୍ଥିତିରେ
ତୁମେ ତ ଶାନ୍ତି ମୋର
ଅଶାନ୍ତ ଜୀବନେ
ତୁମେ ତ ଆଶ୍ରୟ ମୋର
ନିରାଶ ମନରେ
ତୁମେ ତ ଦ୍ୟୁତି ମୋର
ଅନ୍ଧାର ନିଶା ରେ
ତୁମେ ତ ସମ୍ମାନ ମୋର
ଅପମାନର ବାର୍ତ୍ତାରେ
ତୁମେ ତ ସୁନ୍ଦର ମୋର
ଅସୁନ୍ଦରତା ର ଆଳାପେ
ତୁମେ ତ ସୁଚିନ୍ତା ମୋର
ନକରାତ୍ମକତା ମଧ୍ୟରେ
ହେ ଧୈର୍ଯ୍ୟ !!!!
ସ୍ଥିତପ୍ରଜ୍ଞ ମୁଁ
ତୁମ ପ୍ରଭାବେ
ଅବିଚଳିତ ମୁଁ
ତୁମ ଦୃଢ଼ତାରେ...।
