STORYMIRROR

Sunita Satapathy

Tragedy

3  

Sunita Satapathy

Tragedy

ଅକୁହା କଥା..

ଅକୁହା କଥା..

1 min
123

ଅକୁହା କଥାକୁ ହୁଏ ନାହିଁ କହି

ସହିବାଟା ହୁଏ ସାର

ସହିଗଲା ଯିଏ ଜୀବନ ଯୁଦ୍ଧରେ

ହେଇଗଲା ସିଏ ପାର ll


ଜୀବନଟା ନୁହେଁ ସହଜ ସରଳ

ଅଟେ ତ ଜଟିଳ ଅଙ୍କ

କଷୁ କଷୁ ପୁଣି ଭାଗଶେଷ ମିଳେ

କେବେ ଦୁଃଖ କେବେ ସୁଖ ll


ଆଖିର ଲୁହକୁ ଓଠ ପିଯାଏ

କୋହ ରେ ଭରା ଏ ଛାତି

ଅକୁହା ଯନ୍ତ୍ରଣା ରହିଯାଏ ଖାଲି

ହେଇ ଅଫେରା ଅତୀତ ସ୍ମୃତି ll


ଛାତିର କୋହକୁ ଛାତିରେ ଜାବୁଡି

ହସ ରଖିବାକୁ ହବ ଓଠେ

ଝୁଣ୍ଟି ପଡି ପୁଣି ଉଠିବାକୁ ହବ

ଅଜଣା ଶିଉଳି ତୁଠେ ll


ମିଛ ସମ୍ପର୍କର ବେଡି ଧରିଛି ଜାବୁଡି

ସ୍ୱାର୍ଥକୁ ଆରୋହୀ କରି

ଜାଣିବି ତଥାପି ନିଜେ ନିଜକୁ ସେ

ପାରୁନାହିଁ ମୁକ୍ତ କରି

ପାରୁନାହିଁ ମୁକ୍ତ କରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy