STORYMIRROR

Sunita Satapathy

Classics

4  

Sunita Satapathy

Classics

ଛଳନା ପ୍ରେମିକ

ଛଳନା ପ୍ରେମିକ

1 min
195

ଛଳନା ପ୍ରେମିକ ଛଳନା ତୁ କଲୁ                 

ମିଛେ ଅଭିନୟ କଲୁ ତୁ କେତେ               

ତୋ ଅଭିନୟ ଏତେ ନିଖୁଣ ଥିଲାଯେ               

ଜମା ଜାଣିପାରିଲିନି ତୋତେ                   

ଜମା ଜାଣିପାରିଲିନି ତୋତେ ll                 

ଭାବିଥିଲି ଭଲ ଜୀବନସାଥୀଟେ

ମିଳିଗଲା ମୋତେ      

ଚାଲିବି ତାପାଦରେ ପାଦ ମୁଁ ଥୋଇ                

ହେଲେ ସୁନ୍ଦର ବୋଲି ତୁ ମନେ ଭାରି ଗର୍ବ          

ଗଲୁ... ହୃଦୟହୀନ ତୁ ହେଇ                  

ଗଲୁ ହୃଦୟହିନ ତୁ ହେଇ  ll                  

ସ୍ୱାର୍ଥ ଥିଲା ବୋଲି କହୁଥିଲୁ କାଲି               

ସବୁ ଖୁସି ହାତେ ଦବୁ ଅଜାଡି                   

ହେଲେ... ଉପହାର ଚାନ୍ଦ ଏମିତି ଢାଙ୍କିଲୁ            

ଜମା ପାଏ ନାହିଁ ଠାବ ହୁଏ ବିଛାଡି              

ଜମା ପାଏନାହିଁ ଠାବ ହୁଏ ବିଛାଡି  ll              

କବରୀ ସାଜିଲା ତୋ ଫୁଲ ସଵାରୀ               

ସାଜିଲୁ ଭ୍ରମର ତୁ ବହୁରୂପୀ                    

ଅଗାଧ ଜଳରେ ନେଇ ଛାଡ଼ିଦେଲୁ ହାତ             

କହ କାହାକୁ କରିବି ସାକ୍ଷୀ                    

କହ କାହାକୁ କରିବି ସାକ୍ଷୀ ll                

ତୋ ମିଠା କଥା ଶୁଣି ହେଲିରେ ବାୟାଣି             

ମୁଁ ନିଜେ ନିଜକୁ ଭୁଲିଗଲିତ                    

କାଁଇ ଥରେ ଭାବିଲିନି ଛଳନା ପ୍ରେମିକ             

ଠକିଦେଇ ଜୀବନୀତ                        

ଠକିଦେଇ ଜୀବନୀତ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics