STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୪୧

ସନେଟ -୪୧

1 min
13.1K


ପ୍ରାର୍ଥନା


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଭବ ରଙ୍ଗମଞ୍ଚେ ଲୀଳା ଦେଖିବା ଇଚ୍ଛା ତା

ତେଣୁ ଗଢ଼ିଛି ମାନବେ ବିଧାତା ବିଧାତା ।।

କ୍ଷୁଦ୍ର ବୁଦ୍ଧି ସେ ମହିମା ବୁଝିତ ପାରେନା

ଥାଉଁ ଚକ୍ଷୁ ଅନ୍ଧ ସେ ଯେ ଦେଖିତ ପାରେନା ।।

ମାନସେ ଢାଙ୍କଇ କେଉଁ ପରଦା ମାୟାର

ବିବେକକୁ କରେ ବନ୍ଦି କେଉଁ କାରାଗାର ।।

ପଥଭ୍ରାନ୍ତ ହୋଇ ଚାଲେ ପଥିକ ସରଳ

ଢାଳି ନେତ୍ରୁ ତପ୍ତନୀର ରଜନୀ ବାସର ।।

ଭୋଗେ କଷଣ ଜଗତେ ଅନାଥର ସମ

ନ ବୁଝେ ସଂସାର ମର୍ମ ବୃଥା ହୁଏ ଜନ୍ମ ।।

ଭାଗ୍ୟଚକ୍ର ଘୂରେ ପ୍ରଭୁ ! ତୁମରି ଇଙ୍ଗିତେ

ଶୁଣିବ ନାହିଁ କି ଦୀନ ଗୁହାରି କିଞ୍ଚିତେ ।।

ଜିତାମିତ୍ର ଭୋଗୁଅଛି ଅପାର କଷଣ

କୃପାକରି କର ତାରେ ସଙ୍କଟୁ ମୋଚନ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics