STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ 113

ଚଉପଦୀ ଧର୍ମୀୟ 113

1 min
341

ଚଉପଦୀ

ଭାଗ (113)

ମୋହନା - ଆଡତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ତୁଚ୍ଛା କଥାକୁ ଆନ କାହିଁକି ଏତେ ରେ ବନ୍ଧୁ ! କାହିଁକି ଏତେ ?

ମୋ ଛାର ସ୍ନେହୁ ସୁଖ ହୋଇ କେତେ (ଘୋଷା)

ଧନ ହେ, ତୁମ୍ଭ ସ୍ନେହ-               ଧନେ କିଣା ଏ ଦେହ

ମୋ ଅଧିକୃତି ଏଥି ନାହିଁ କିଞ୍ଚିତେ (1)

ବ୍ରତବାସରେ ହେଲେ         ଆପଣ ଅଳି କଲେ

ସେବା ହାଜର ହୋଇଥାଏ ନିରତେ (2)

କର୍ମକାଣ୍ଡ ନିପୁଣ              ଅଙ୍ଗରାଗ, ଚନ୍ଦନ

ଏସବୁ ଜାଣ ପ୍ରାଣ ତୁମ୍ଭ ନିମିତ୍ତେ (3)

ଏତିକି ଏକା ହୁଡ             ଲାଜ ଲାଗଇ ବଡ

ହୋଇ ନ ପାରେ ତୁମ୍ଭ ପରି ଚରିତେ (4)

ଶୁଣି ଏ ରାଧାଗିର            ଚୁମ୍ବିଲେ ଶ୍ରୀକିଶୋର

ଅଷ୍ଟଦୁର୍ଗ ଭୂବର ରଚିଲେ ଗୀତେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics