Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Satapathy

Tragedy

3  

Sunita Satapathy

Tragedy

ମୋ ବୁଢା ବାପା

ମୋ ବୁଢା ବାପା

1 min
189


ତୁମେ ସୁନେଲି ଆକାଶର

ଅଟ ଜହ୍ନ ତୋଫା

ଅଟ ବହଳ ଅନ୍ଧାର ରାତି ର

ତୁମେ ଦୀପ ଶିଖା

ମୋ ଅଦେଖା କୁହୁଳା ମନର

ଅଟ ସାଇତା ଲଫାପା

ତୁମ ବିନା ନିରାଶା ଏ ବାଟ

ଲାଗେ ଫିକା ଫିକା

ବାପା ମୋ ବୁଢ଼ା ବାପା ।


ଏ ଆଖି ଦେଖିନି କେବେ

ତୁମ ଆଖି କାନ୍ଦିବା

ଛାତିର କୋହକୁ ଚାପି

ଓଠରେ ହସ ରଖି

ଶିଖେଇଛ ହସିବା

ବାପା ମୋ ବୁଢା ବାପା ।


ଛାତିକୁ ପଥର କରି

ସତ୍ୟର ପଥରେ

ଶିଖେଇଚ ଚାଲିବା

ଦେଖିଚି ମଣିଷଟିକୁ

ସ୍ନେହକୁ ବାଣ୍ଟୁ ବାଣ୍ଟୁ

ଦୁଃଖର ଗରଳ ପିଇଯିବା

ବାପା ମୋ ବୁଢା ବାପା ।


ତୁମେ ଢୁ ଢୁ କାଳ ବୈଶାଖୀ ର ଛତା

ତୁମେ ହାଡ ଭଙ୍ଗା ଶୀତର ଉଷ୍ମତା

ତୁମ ମଳୟ ପରସ ଲାଗେ ଭାରି ମିଠା

ତୁମେ କଠିନ ସ୍ଥିତି ବେଳେ

ସହଜ ସୂତ୍ରର ନିଶାଣତା

ବାପା ମୋ ବୁଢ଼ା ବାପା ।



Rate this content
Log in

Similar oriya poem from Tragedy