ବିଚ୍ଛେଦ
ବିଚ୍ଛେଦ
ଏକାନ୍ତରେ ବସି ଭାବୁ ଭାବୁ ଦିନେ
ଏକାକୀନୀ କରିଦେଲୁ,
ମୋ ଠାରୁ ଭଲକେ ମିଳିଗଲା ବୋଲି
ହାତ ସେଥିପାଇଁ ଛାଡ଼ିଦେଲୁ । (1)
ଭାବୁଥିଲି ଦିନେ ଏକାନ୍ତରେ ବସି
ନିଜକୁ ନିଜେ ଖୋଜିବି,
ଖୋଜୁ ଖୋଜୁ ଆଜି ଯାହା ପାଇଗଲି
ସେତ ଅଭିଶାପ ଜ୍ୱାଳା ଝାଞ୍ଜି ।(2)
ଦରଦୀ ମନର ମରମ କଥାଟା
ଲୁଚି ମନେ ଉଙ୍କିମାରୁଥିଲା ,
ଏକାନ୍ତର ବନେ ଏକାକିନୀ ହେଇ
ବିରହେ ଜଳି ମରିଲା ।(3)
ଅପେକ୍ଷାରେ ଅଛି ଅପେକ୍ଷାରେ ଥିବି
ଅପେକ୍ଷା କରିବି ରହି,
ଜହ୍ନ ଜୋଛନାର ଧିମା ଆଲୁଅରେ
ଲେଖୁଛି ଲେଖିବି ଲେଖିଚାଲୁଥିବି
ଚିଠିର ଜମା ପୁର୍ଣ୍ଣଚ୍ଛେଦ ଦେବି ନାହିଁ
ଜମା ପୁର୍ଣ୍ଣଚ୍ଛେଦ ଦେବି ନାହିଁ ।।(4)