STORYMIRROR

Sunita Satapathy

Comedy

3  

Sunita Satapathy

Comedy

ଧ୍ୟାନ ଦିଅ ଜପ ତପରେ

ଧ୍ୟାନ ଦିଅ ଜପ ତପରେ

1 min
136

ଆଜିକାଲି ଦେହ ଭଲ ରହୁନି ମୋ

ଥକା ପଣ ଭାରି ଲାଗୁଚି

ସେଥିପାଇଁ ଟିକେ ଡ଼ାକତର ଖାନା

ବୁଲିଆସିବାକୁ ଭାବୁଚି ll

ଡ଼ାକତର ଖାନା ଚାଲିଗଲି ଦିନେ

କହିଲି ଡ଼ାକତର ବାବୁ

ଏମିତି ଓଷଧ ଦିଅ ବେଗେ ମୋତେ

ସମୂଳେ ନାଶ ହଉ ରୋଗ ସବୁ ll

ମଟ ମଟ କରି ଚାହିଁଲେ ସଭିଏଁ

ରୋଗୀ ସଙ୍ଗେ ଡ଼ାକତର

ଜାଣିପାରିଲେନି କେମିତିକା ରୋଗୀ

କୋଉ ଚିକିତ୍ସା କରିବେ ମୋର ll

ଡ଼ାକତର ବାବୁ ଉତ୍ତରେ କହିଲେ

ଶୁଣ ଆହେ ବାଞ୍ଛାନିଧି

ରୋଗର ଲକ୍ଷଣ ସବୁ ମୋତେ କୁହ

କରି ସବୁ ଟିକିନିଖି ll

ପ୍ରଶ୍ନ ତାଙ୍କ ଶୁଣି ଉତ୍ତର ମୁଁ ଦେଲି

ଖାଉଛି ମୁଁ ପେଟ ଭରି

ହେଲେ ସଠିକ ସମୟେ ଭୋକ ଲାଗୁନାହିଁ

ମନବିଚଳିତ ହୁଏ ଭାରି  ll

ଦିନ ରାତି ମିଶି 24 ଘଣ୍ଟାରୁ

ଶୋଉଚି 20 ଘଣ୍ଟା

ହେଲେ ଅଧା ରାତି ଟାରେ ନିଦ ଭାଙ୍ଗିଯାଇ

ହଉଚି ମୁଁ ହଟହଟା ll

ଦିନକ ଭିତରେ ଡାଟାର ରିଚାର୍ଜ

ଦୁଇଥର କରାଉଛି

ତଥାପି ହସ୍ପଟ ଉଦ୍ଧାର ଆଣିକି

ସୋଇଆଲମିଡ଼ିଆ ରେ ଆଟିଭ ରହୁଛି ll

କିଛି କ୍ଷଣ ପାଇଁ ମୋଠାରୁ ଯଦିଓ

ଫୋନ ହେଇଗଲା ଦୂର

ବିଳି ବିଳି ହେଇ ଖୋଜି ବୁଲୁଥାଏ

ସତେ ଅର୍ଦ୍ଧାଙ୍ଗିନୀ ଅବା ମୋର ll

ସବୁକିଛି ଶୁଣି ମୁରୁକି ହସିଲେ

ନର୍ସ ସାଥେ ଡ଼ାକତର

ନୀରବେ କହିଲେ ଏ କେମିତିକା ରୋଗ

ମୁଁ ବି ଜାଣିନି ଚିକିତ୍ସା ୟାର ll

ଆହେ ବାଞ୍ଛାନିଧି ଏତିକି କହିବି

ସେମିତି ହେଇନି ତୁମର କିଛି

କିଏସେ ପିଚାଷି ତୁମ ପରେ ଆଣି

ଦେଇଛି ମନ୍ତୁରା ପାଣିକି ଛିଞ୍ଚି ll

ସେ ମନ୍ତୁରା ପାଣି ପ୍ରେମର ଡାହାଣୀ

ଗ୍ରାସିଚି ତୁମ ଉପରେ

ଏଇ ବୟସରେ ପ୍ରେମ ନିଶା ଛାଡି

ଧ୍ୟାନ ଦିଅ ଜପ ତପରେ....

ଧ୍ୟାନ ଦିଅ ଜପ ତପରେ...... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy