STORYMIRROR

Sunita Satapathy

Abstract Inspirational

4  

Sunita Satapathy

Abstract Inspirational

ମା

ମା

1 min
243


ମା ଏମିତିକା ଶବ୍ଦଟିଏ .....

ସେ ଶବ୍ଦକୁ ଯିଏ ସଂଗୀତ କରିଛି

ଜୀବନେ ଜିତିଛି ସିଏ !!

ମା ଏମିତିକା ମୂର୍ତ୍ତିଟିଏ......  

କେଉଁ କାରିଗର ଗଢିଛି ଯେ ତାକୁ

ସେ ଉତ୍ତର ଦବ କିଏ ??

ମା ଏମିତି ସୁନ୍ଦରୀ ଟିଏ

ପୃଥିବୀର ସବୁ ଆଶ୍ଚର୍ଯ୍ୟ ତା ପାଖେ

ହାରି ପରା ଯାଉଥାଏ !!

ମା ଏମିତିକା ସୁଖ ଟିଏ......

ମା ବୋଲି ତାକୁ ଡାକିଦେଲେ ଥରେ

ସବୁ ଦୁଃଖ ଘୁଞ୍ଚି ଯାଏ !!

ମା ଏମିତି ଜୀବନ ଟିଏ.......

ସବୁ ସୁଖକୁ ତା ଜଳାଞ୍ଜଳି ଦେଇ

ତଥାପି ସେ ହସୁଥାଏ!!

ମା ଏମିତିକା ବାସ୍ନା ଟିଏ.......

ବିନା ପୁନେଇଁରେ ଜୀବନ ଆକାଶେ

ଜୋତ୍ସନ୍ନା ପରା ବିଞ୍ଚିଦିଏ !!

ମା ଏମିତିକା ଦୁଃଖିଟିଏ.......

ଦୁନିଆଁର କୋଉ ସନ୍ତାନ କୁହତ

ତା ଦୁଃଖକୁ ମାପିନିଏ!!

ମା ଏମିତିକା ହସ ଟିଏ......

ଜୀବନର ଯେତେ ଦୁଃଖ ଝଡ ଝଞ୍ଜା

ତା ହସରେ ଲୁଚିଥାଏ !!

ମା ଏମିତିକା ପୁଣ୍ୟ ନଦୀ.......

ସେ ପୁଣ୍ୟ ନଦୀରେ ସନ୍ତାନ ଟି ତାର

ସଦା ହେଇଯାଏ ବନ୍ଦୀ !!

ମା ଏମିତିକା ଶକ୍ତିଟିଏ.........

କେବେ ସେ ରୁଦ୍ରାଣୀ କେବେ ନାରାୟଣୀ

ଅଦୃଶ୍ୟର ଶିଖାଟିଏ !!

ମା ଏମିତିକା ବ୍ରତୀ ଟିଏ.......

କେତେ ପୂଜାର୍ଚନା ବ୍ରତ ଉପାସନା

ସେ ପରା ମନlସୁଥାଏ !!

ମା ଏମିତିକା ଧର୍ମ ଟିଏ........

ଆଉ କିଛି ଧର୍ମ ଲୋଡ଼ାନାହିଁ ବୋଧେ

ତା ପାଦରେ ଯିଏ ଥାଏ

ତା ପାଦରେ ଯିଏ ଥାଏ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract