STORYMIRROR

Sunita Satapathy

Abstract

4  

Sunita Satapathy

Abstract

ବାକି ରହିଯାଏ ତଥାପି

ବାକି ରହିଯାଏ ତଥାପି

1 min
321

ତଥାପି ଆଶା ଅଛି

ମୋ ଜନ୍ମ କଣ କେବଳ କାନ୍ଦିବା ପାଁଇ,

ମୋ ଓଠର ହସ ପାଲଟିବାପାଁଇ 

କଣ ଏମିତି କେହି ନାହିଁ

ତଥାପି ମୋ ଅସରନ୍ତି ଅସାର କଳନା ନାହିଁ l

ଲୁହ ଆଉ କୋହରେ ଲେଖା ମୋ ଜୀବନ କାହାଣୀ

ଆଶା ଅଛି .....

ଆଶା ଅଛି ଦିନେ ନା ଦିନେ ସାଜିବି

କାହା ହୃଦୟର ରାଣୀ l

ଜଟିଳ ପ୍ରଶ୍ନର ଅଟେ ସମାହାର

କାହାକୁ ପଚାରିବି କିଏ ଦବ ତା ଉତ୍ତର

ହେଇପାରେ ମୁଁହି ପ୍ରଶ୍ନ ମୁଁହି ଉତ୍ତର

ତଥାପି ଆଶା ଅଛି ଅସରନ୍ତି ଆଶାର l

ଅସହାୟ ହୃଦୟଟା ଆଜି ହାରିଯାଇଛି

ଭାଙ୍ଗିଯାଇଛି ସ୍ବପ୍ନର ସେ ବାଲିଘର

ଅବନ୍ତରା ରାଇଜର ବାସହୀନ ଫୁଲ ଟା

ଆଜି ମଉଳି ଯାଇଛି

ତଥାପି ଅସରନ୍ତି ଆଶାର ବାଟକୁ ଚାହିଁ ବସିଛି l

ଆଖିତଳେ ଜକେଇ ମରୁଥିବା

ସେ ବତୁରା ନିରୀହ ଲୁହ ଗୁଡାକ

ଆଜି ଯେମିତି ଚିତ୍କାର କରି କହୁଛନ୍ତି

ପାରୁନି ମୁଁ ଆଉ ପାରୁନି

ହାରିଗଲିଣି ଜୀବନ ଯୁଦ୍ଧରେ

ଥକିଗଲିଣି ଛଳନା ହାଟରେ

ଟିକେ ରହିବାକୁ ଦିଅ ମୋ ମାଟିମାର ଦରଦୀ ଛାତିରେ ବଞ୍ଚିବାକୁ ଦିଅ ମୁକ୍ତ ଆକାଶ ପ୍ରେମ ର ପ୍ରୀତିରେ

ମୁତ ବାସ୍ତବ ଆଉ କଳ୍ପନା ନୁହେଁ l

ହଁ.. ରକ୍ତ ମାଂସ ରେ ଗଢ଼ା ମୋ ଶରୀର

ତଥାପି କାହିଁକି ହୁଏ ମୁଁ ଶିଉଳି ପଥର

କାହାକୁ ଦେବି ଦୋଷ

କାହାକୁ ଅଭିଶାପ

ସମସ୍ତେ ତ ମୋର ନିଜର

ହୁଏତ ଦୋଷ ମୋ ଭାଗ୍ୟର..

ତଥାପି ଅପେକ୍ଷା ଅସରନ୍ତି ବାଟର l

ମିଛ ଆଶା ଆଉ ପ୍ରତିଶୃତିର

ଥୋକାଏ ଜଳବିନ୍ଦୁରେ

ଜୀବନ ଯେମିତି ଜିଇଁଛି

ମୁଠାଏ ଅପାସୋରା ସ୍ମୃତିକୁ

ଖାଲି ଜାବୁଡି ଧରିଛି

ଯୋଉ ବାଟକୁ ମୁଁ ଆପଣାର ଭାବୁଛି

ସେହି ବାଟହିଁ ମୋପାଁଇ

ଅଚିନ୍ହା ଅଜଣା ହେଇଯାଉଛି

ତଥାପି.......

ତଥାପି ଅସରନ୍ତି ବାଟକୁ ଚାହିଁବସିଛି

ହଁ...............

ତଥାପି ଆଶା ଅଛି...........ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract