STORYMIRROR

Sunita Satapathy

Tragedy

3  

Sunita Satapathy

Tragedy

ଅଫେରା ଅତୀତ

ଅଫେରା ଅତୀତ

1 min
158

ଡର ଲାଗେ ବୁଲି ଚାହିଁବାକୁ

ସେ ବିଷାକ୍ତ ଅଫେରା ଅତୀତ କୁ

ଯିଏ ଭାଙ୍ଗି ଦେଇଛି ମନ

ଛଡେଇ ନେଇଛି ସ୍ବପ୍ନ

ଚାରିଆଡେ ଶୁଭୁଥିଲା ଖାଲି

କୁଚକ୍ରୀ ର ଫମ୍ପା ଆବାଜ ର ସ୍ଵନ

ସେଇଥିପାଇଁ ତ..

ସେଇଥିପାଇଁ ତ ଦୁରେଇ ଯାଇଛି

ସେ ବିଷାକ୍ତ ଅଫେରା ଅତୀତ ଠୁ

ପକେଇ ରାଣ !!

ଦିନେ ପ୍ରତାରଣାର ଚକ୍ରବ୍ୟୁହରେ

ଫସିଯାଇଥିଲା ପାଦ

ଚାଖିଛି ଲମ୍ପଟି ଆଉ କପଟିର

ଅସଲି ସ୍ୱାଦ

ସେଇଥିପାଇଁ ତ ଡର ଲାଗେ

ବୁଲିଚାହିଁବାକୁ ସେ ଅଫେରା ବିଷାକ୍ତ ଅତୀତ !!

ଗଢିଥିଲା ଛଳନାର କାରାଗାର

ମାରିଥିଲା ମିଛ ଅଭିଯୋଗ ର ମୋହର

ଜବଦସ୍ତି ନିର୍ଦୋଷକୁ

ଦେଇଥିଲା ପିଆଇ ଦୋଷ ର ଜହର

ଉଠେଇ ଥିଲା ଫାଇଦା

ମୋ ସରଳତାର

ସେଇଥିପାଇଁ ତ ଶତ୍ରୁ ଯାଇଛି ପାଲଟି

ମୁଁ ମୋ ଅତୀତର !!

ମୋ ବିଶ୍ୱାସ ଆଉ ଭରଷାକୁ ମାରି

ଗଢି ଥିଲା ସମାଧି ମୋର

କିନ୍ତୁ...

ସେ ତିକ୍ତ ଅନୁଭୂତି

ଏବେବି ମନେ ଅଛି ମୋର

ଜଣାନାହିଁ

ଜଣାନାହିଁ 

ହୃଦୟ କାହିଁକି ତାକୁ ରଖିଛି ସାଇତି

ତଥାପି କାହିଁକି ମନେ ପକାଏ

ମୋ ପିଆଲି ରାତି

ହଁ...

ଏବେବି ଯେବେ ମନେ ପଡ଼ିଯାଏ

ସେ ଅଫେରା ବିଷାକ୍ତ ସ୍ମୁତି

ଛାନଭିନ କରିଦିଏ ଛାତି

ସେ ଅଭୁଲା ଅତୀତ ର ସ୍ମୁତି

ଆଜିବି ଥରେଇ ଦିଏ ଛାତି

ଆଜିବି ଥରେଇ ଦିଏ ଛାତି

ହଁ...ଆଜିବି ଥରେଇ ଦିଏ ଛାତି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy