STORYMIRROR

Sunita Satapathy

Classics

4  

Sunita Satapathy

Classics

ଭାରି ଇଚ୍ଛା ହୁଏ.......

ଭାରି ଇଚ୍ଛା ହୁଏ.......

1 min
197


ଭାରି ଇଚ୍ଛା ହୁଏ                  

ତୋ ପାଖରେ ବସି                        

ଗୁଣୁ ଗୁଣୁ ହେଇ ଗାଇଯିବାକୁ                  

ଆମ ପ୍ରେମର କବିତା ଟିଏ,                   

ମୁଁ କହୁଥିବି ହେଇ ବକ୍ତା ଟିଏ                  

ଆଉ ତୁ ଶୁଣୁଥିବୁ, ହେଇ ସ୍ରୋତା ଟିଏ !!

ହଁ ଭାରି ଇଚ୍ଛା ହୁଏ            

ଭିଜିଯିବାକୁ                             

ପ୍ରେମ ଛିଟାରେ ସେ ସୁନିଳ ପ୍ରାଙ୍ଗଣରେ          

ଯେଉଁଠି ବରଷୁଥିବ ଖାଲି,

ପ୍ରୀତିର ବରଷା         

ଭିଜୁଥିବା ଦୁହେଁ..                          

ଏ ଦୁନିଆ କରିଲେ କରୁଥାଉ ପଛେ,             

ଆମକୁ ଇର୍ଷା !!             

ଭାରି ଇଚ୍ଛା ହୁଏ.....               

ହଜିଯିବାକୁ                             

ତୋ ପ୍ରେମ ମୂର୍ଚ୍ଛନା ର ସଂଗୀତ ରେ              

ଗଢି ତୋଳିବାକୁ ପ୍ରେମର ଆଳୟ ଟିଏ           

ନଥିବ ଯେଉଁଠି ଫେରିବାର ବାଟ !!    

ଭାରି ଇଚ୍ଛା ହୁଏ....                  

ଡେଣା ମେଲି ଉଡିବାକୁ                      

ତୋ ପ୍ରେମ ଗାଲିଚାରେ,

ମଧୁମକ୍ଷିକା ଟିଏ ହେଇ      

କେବଳ ତୁ ଥିବୁ ମୋରି ପାଁଇ ,                 

ଆଉ ମୁଁ ଥିବି ତୋରି ପାଁଇ !!          

ହଁ ଭାରି ଇଚ୍ଛା ହୁଏ.......           

ତୋ ହାତରେ ହାତ ରଖି                     

ତୋ ଛାତିରେ ମୁଣ୍ଡ ଥାପି,

କହୁ କହୁ ଅନେକ କଥା    

ଚିରନିଦ୍ରାରେ ଶୋଇଯିବି ମୁଁ                  

ଜୀବନ ନାଟକର ଶେଷ ଯାତ୍ରାରେ              

ହଁ ଜୀବନର ଅନ୍ତିମ ନିଦ୍ରାରେ                  

ଜୀବନର ଅନ୍ତିମ ନିଦ୍ରାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics