ମାଆ ଓ ମମତା
ମାଆ ଓ ମମତା
ମାଆ ନୁହେଁ ସିଏ ଜୀବନ୍ତ ଈଶ୍ୱରୀ
ଜଗତ ହିତରେ ଜନମ ତା'ର
ତା' ସ୍ନେହ ଶରଧା ମମତା ଅମୂଲ୍ୟ
ସନ୍ତାନ ଜୀବନେ ଅମୃତ ଧାର ।
ନିଃସ୍ୱାର୍ଥ ପ୍ରେମର ନିର୍ଝରିଣୀ ସିଏ
ତା' କୋଳେ ମିଳଇ ସରଗ ସୁଖ
ନିଜ ଜୀବନକୁ ସମର୍ପି ସର୍ବଦା
ହରିନେଇଥାଏ ସନ୍ତାନ ଦୁଃଖ ।
ତ୍ୟାଗ,ତିତୀକ୍ଷାର ମହାମନ୍ତ୍ର ସିଏ
ପଥପ୍ରଦର୍ଶିକା ପ୍ରେରଣା ଉତ୍ସ
ତା' ପଣତକାନି ଅଭୟର ଦାନ
ମନପ୍ରାଣ ହୃଦ ସବୁଠୁ ସ୍ୱଚ୍ଛ ।
ତା' ସହ ବନ୍ଧନ ଶାଶ୍ୱତ ପବିତ୍ର
ତା ମମତା କୋଟି ପୂଣ୍ୟର ଫଳ
ହୃଦୟ ତାହାର ନଭଠୁ ବିଶାଳ
ଜଗତେ କେ ନାହିଁ ମାଆର ତୁଲ୍ୟ ।
ଅନ୍ତରେ ଅସୀମ କରୁଣାର ସିନ୍ଧୁ
ଆଶିଷେ ଜୀବନ ହୁଏ ସୁନ୍ଦର
ଜୀବନ ଗଢୁଛି ଢାଳି ମନପ୍ରାଣ
ମାଆର ମମତା ଭାରି ମଧୁର ।