STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ବୁଝି ପାରେନି ମୁଁ

ବୁଝି ପାରେନି ମୁଁ

1 min
215

 

  ପ୍ରେମର ମାନେଟା କ'ଣ

    ପ୍ରେମିକାର ସଂଜ୍ଞା ଟା କ'ଣ

    ପ୍ରେମିକା ପାଇଁ 

     ପ୍ରେମିକ ହୃଦୟ ର ବ୍ୟଥା ଟା କ'ଣ

      ବୁଝି ପାରେନି ମୁଁ ।


    ଅନ୍ଧାର ଓ ଆଲୋକ ମଧ୍ୟରେ

     ପାର୍ଥକ୍ୟ ଟା କ'ଣ

   ହୃଦୟ ରୁ ଭଲ ପାଉଥିବା

     ପ୍ରେମିକ ର ବେଦନା ଟା କ'ଣ

   ସତ ମିଛ ଭିତରେ ପ୍ରଭେଦ କ'ଣ

    ବୁଝି ପାରେନି ମୁଁ ।


   ନ୍ୟାୟ ଓ ଅନ୍ୟାୟ ଭିତରେ

    କିଏ ମହାନ୍

   ସତ୍ ପଥରେ ଚାଲୁଥିବା

   ମଣିଷ ର ମୂଲ୍ୟ କ'ଣ

   ଶିକ୍ଷା ସଂସ୍କାର ର ମୂଲ୍ୟ କ'ଣ

   ବୁଝି ପାରେନି ମୁଁ ।


    କୂଟ କପଟୀ ଓ ନିଷ୍କପଟୀ ଙ୍କ ମଧ୍ୟେ

      କିଏ ଯେ ମହାନ୍

   ପ୍ରିୟା ପ୍ରୀତି ତୋଷାମଦ୍ 

     ଖୋସାମତିଆ ଙ୍କ ଠାରୁ

    ସଚ୍ଚୋଟ ମଣିଷ ର ମୂଲ୍ୟ କ'ଣ

   ସରଳ ନିଷ୍କପଟ ଜୀବନ ର ମାନେ କ'ଣ

     ବୁଝି ପାରେନି ମୁଁ ।


   ହିଂସା ଅହିଂସା ମଧ୍ୟରେ

    କିଏ ସତ୍ୟ ଓ ଚିରନ୍ତନ

  ଜୀବନ ଓ ମୃତ୍ୟୁ ମଧ୍ୟରେ

   କିଏ ଶାଶ୍ଵତ ଓ ଚିରନ୍ତନ

   ତ୍ୟାଗ ଓ ଭୋଗ ମଧ୍ୟେ

    କିଏ ଯେ ଗୁରୁତ୍ୱପୂର୍ଣ୍ଣ

     ବୁଝି ପାରେନି ମୁଁ ।


   ଧର୍ମ ଅଧର୍ମ ଭିତରେ

    କିଏ ମୁଖ୍ୟ କିଏ ଗୌଣ

   କର୍ମ ଅକର୍ମ କିଏ ଯେ ମହନୀୟ

  ପାପ ପୁଣ୍ୟ ମଧ୍ୟେ କିଏ ସମ୍ମାନୀୟ

   ପର ଆପଣା ର ଭେଦ ଭାବରେ

     ପ୍ରକୃତରେ କିଏ ଆଦରଣୀୟ

    ବୁଝି ପାରେନି ମୁଁ ।


   ଚିନ୍ତା ଓ ଚେତନାର

   ମରୁବାଲିରେ କିଏ ଭଲ କିଏ ମନ୍ଦ

   ମୋ ମନ ମଧ୍ୟେ ସୃଷ୍ଟି ହୁଏ ଦ୍ଵନ୍ଦ୍ଵ

    ଅବୁଝା ଅଲୋଡା ଜୀବନେ

   ଜୀବନର ମରୁ ମରିଚୀକାରେ

    କିଏ ସତ କିଏ ମିଛ

     ସବୁର ଉର୍ଦ୍ଧ୍ବ ରେ ମନୁଷ୍ୟ 

       ମନ ମଧ୍ୟେ ସୃଷ୍ଟି ହୁଏ ଅନ୍ଚର୍ଦ୍ଵନ୍ଦ୍ଵ

     କିଏ ଠିକ୍ କିଏ ଭୁଲ୍

   ନୀତି ଆଦର୍ଶ ଠିକ୍ ନା ସ୍ଵାର୍ଥ ଓ ଅର୍ଥର

    ପରିଧି ରୂପକ ଜୀବନ ବଞ୍ଚିବାର 

      ମାପକାଠି ଠିକ୍

   ଏ ସବୁ ଗୋଲକ ଧନ୍ଦାର ମାନେ

    ବୁଝି ପାରେନି ମୁଁ ।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract