STORYMIRROR

Dharitri Das

Abstract

3  

Dharitri Das

Abstract

ପଦ୍ମାଳୟା

ପଦ୍ମାଳୟା

1 min
210


ପଦ୍ମଫୁଲେ ବାସ କରି ଥାଉ ବୋଲି 

      ନାମ ଅଟେ ପଦ୍ମାଳୟା

ମାତା ରୂପେ ପଡି ଦେଉଥାଉ ବୋଲି

    ତୁହି ପରା ମହାମାୟା।

ମାର୍ଗଶୀର ମାସ    ପ୍ରତି ଗୁରୁବାର

      ବୁଲୁଥାଉ ଘରଘର

ଚାଣ୍ଡାଳୁ ବ୍ରାହ୍ମଣ  ସର୍ବ ପୁରେ ଯାଇ

    ଦେଖୁ ତ ଚାରବିଚାର।

ଶୁଚି ନ ଦେଖିଲେ ଛାଡ଼ି ଚାଲିଯାଉ

    ଲକ୍ଷ୍ମୀ ହୀନ କରି ଘର 

ଦାନା କନା ମିଳେ ନାହିଁ ସେହି ଘର

     ହୁଏ ସତେ ନାରଖାର।

ମହାମାୟା ହୋଇ ମାୟା କାହିଁପାଇଁ

     ଦୟାକରି ସଂସାରର

ନାରୀର ଚରିତ୍ର    ସୁରକ୍ଷିତ ରଖି

     ଶିଖାଅ ଉତ୍ତମ ଚାର।

ତୁମରି ଦୟାବଳେ   ସୁସଙ୍ଗଠିତ

    ହେଉ ନାରୀ ଜାତି ଆମ

ପୁରୁଷ ପରିକା ପ୍ରତି ପଦକ୍ଷେପେ

    ହୋଇବ ଯେପରି କ୍ଷମ।

ଗୁରୁ ଗୁରୁଜନେ   ସମ୍ମାନ କରନ୍ତୁ

    ଦୀନହୀନ ପରେ ଦୟା

ନାରୀଙ୍କର ପ୍ରିୟ ଭୂଷଣ ହୋଇବ

    ଦୟାକର ପଦ୍ମାଳୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract