STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ବାତ୍ୟା

ବାତ୍ୟା

1 min
191

ଜାଣିଛ!

ସିଏ ହଜାରେ ସ୍ୱପ୍ନ ଭିତରେ

ହଜି ଯାଏ ବେଳେ ବେଳେ

ନିଦାଘ ଅପରାହ୍ନର ବର୍ଷା ଛିଟାରେ

କି ଉନ୍ମାଦନା ଥାଏ କେଜାଣି,

ସିଏ ଶବ୍ଦ ଭିଡ଼ରେ ହଜି ଯାଏ।


ଖୋଜିବ!

ଏଇ ତୁମ ଭିତରେ ତ

"ଅନୁଭବ" ରେ ହିଁ ସତ୍ତା ତା'ର

ଶବ୍ଦହୀନ ହୋଇ ଗଲ ନା

ମନରେ ଉଠୁଥିବା ଉତ୍ତାଳ ତରଙ୍ଗ

ଏଇ ଅନୁଭବକୁ କ୍ଷଣେ କୂଳରେ ପାଇବ ।


ଅକସ୍ମାତ୍!

ହଜିଲା ଅତୀତ ବର୍ତ୍ତମାନର ଦ୍ୱାରରେ

ପଦଧ୍ୱନି ଶୁଣି ଆଚମ୍ବିତ ହେଲ କି?

ମନେ ରଖ, ଉଦ୍ଧାର କରିବା ପରେ 

ଉଜୁଡ଼ା ସ୍ୱପ୍ନ ହୋଇ ରହିଯିବ

ଚାଲି ଯିବ,

ସବୁ କିଛି ଧୂଳିସାତ କରି ।


Rate this content
Log in

Similar oriya poem from Abstract