STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କାଟିବାକୁ ଦିନ

କାଟିବାକୁ ଦିନ

1 min
13.8K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


କାଟିବାକୁ ଦିନ ଯଦି ଭାବନା ଜନ୍ମେ ଅନ୍ତରେ

ସୁରଭି ମଦିରା ଗିନେ ଧରି ଭାବିବ ହସ୍ତରେ ।୦।


କେତେ ଭାବୋଚ୍ଛ୍ବାସ ମନେ,ଖେଳିଯିବ ତତକ୍ଷଣେ

ନରହିବ ଚିନ୍ତା ଦିନ ସାରିବାକୁ ହୃଦୟରେ ।୧।


ଆଉ ଗିନେ ସୁରା, ଯଦି ହୋଇଥାଏ ପୂରା ଅଦ୍ଧି

ପିଅ ଆଶାର ଲହରୀ ନାଚିବକି ତରଙ୍ଗରେ ।୨।


ଭୁଲିବ ବିଶ୍ୱ ଜଞ୍ଜାଳ ବୋଳିବ ଆହୁରି ଢାଳ

କାମିନୀ କାଞ୍ଚନ ଲୋଭ ଜନ୍ମିବ ତୁମ ମନରେ ।୩।


କି ମଧୁମୟ ସଂସାର ଚାଖିଲେ ଏହାର ସାର

ମଣିବ ତୁଚ୍ଛ ଅମୃତ ସୁରଭି ମଦ୍ୟ ଆଗରେ ।୪।


ନିଶା ଜୋରେ ହେଲେ ରତ ତୁଚ୍ଛ ମଣି ଇନ୍ଦ୍ର ବିତ୍ତ

ଦିନ କାଟିବ କୁଶଳେ ଚିନ୍ତା ନ ଥିବ ଲେଶରେ ।୫।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics