STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ବନ୍ଦନା ପାଦପଦ୍ମକୁ

ବନ୍ଦନା ପାଦପଦ୍ମକୁ

1 min
13.7K


ସନ୍ଥକବି ଭୀମ ଭୋଇ


ବନ୍ଦନା ପାଦପଦ୍ମକୁ

ଧ୍ୟାୟି ଅରୂପାନନ୍ଦକୁ, ଧ୍ୟାୟି ସ୍ୱାମୀ ପୟରକୁ । ଘୋଷା ।

ନଖ କୋଣେ ସୁରାସୁରି ମାଳ ମାଳ ଛନ୍ତି ପୂରି

ଅନନ୍ତ ବାସୁକୀ ଶିରେ ବହିଛି ମକରନ୍ଦକୁ ।୧।

ଶ୍ରୀପୟର ଦୀର୍ଘ ପ୍ରତି କୋଟିଏ ମୋର ବିନତି

ଶରଣ ସୋଦର ପାଦ ନିର୍ଭୟ ଭଲ ମନ୍ଦକୁ ।୨।

ଗୃହ କର୍ମ ତେଜି ଭକ୍ତେ ପ୍ରଚାରୁଛନ୍ତି ଜଗତେ

ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ ।୩।

କରୁଛନ୍ତି କର୍ମମାନ ମାତା ପିତାଙ୍କ ବିଧାନ

ପ୍ରାତଃ ସାୟଂ ଦରଶନ ଘେନି ଚୌଷଠି ବନ୍ଧକୁ ।୪।

ଶ୍ରୀଗୁରୁଙ୍କ ପାଦ ତଳ ଫୁଟିଛି ପଦ୍ମ କମଳ

ବାସରେ ଅମାପ ମୂଲ ଘେନି ନାସିକା ରନ୍ଧ୍ରକୁ ।୫।

ଏକାକ୍ଷର ପଦ ଚିହ୍ନି ଭଜୁଛନ୍ତି ବ୍ରହ୍ମଜ୍ଞାନୀ

ଭୀମ ଅରକ୍ଷିତ ଭଣି ଧ୍ୟାୟି ଅନାଦି ସିଦ୍ଧକୁ ।୬।


ସମାପ୍ତ


Rate this content
Log in

Similar oriya poem from Classics