Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଶୂନ୍ୟ (0)

ଶୂନ୍ୟ (0)

1 min
6.8K


ସୌଭାଗ୍ୟଲକ୍ଷ୍ମୀ ଆଚାର୍ଯ୍ୟ



ଆଦ୍ୟରୁ ରେଖା ଟାଣି ଏକ ସରଳ ବୃତ୍ତାକାରାରେ ଅନ୍ତ-

ବିଯୋଡ ‘ନବମ’ ସଂଖ୍ୟା ଓ ଏକ ଯୋଡର ଆଧାର

ତନ୍ମଧ୍ୟରେ ସ୍ଥିତ ଏହି ଅସିମ,ଅନନ୍ତ –

ଶୂନ୍ୟ,ମହାଶୂନ୍ୟର ଉପନିଷଦ,ବେଦାନ୍ତ !

ସକାଳର ଅନୁରିମା ଛିଟା

ପ୍ରଦୋଷର ପରାଜିତ ରଙ୍ଗରେ ଭିଜା ଶୀତଳ ଶୋଣିତ

ନୀଳ ହ୍ରଦର ଅସିମ ଶାନ୍ତିରେ ସୁପ୍ତ

ସାଗର ଲହରୀର ତାଣ୍ଡବରେ ହୃତ

ନୀଳ ଆକାଶର ରିକ୍ତତାରେ ରିକ୍ତ

ଛାୟା ପଥର କୁହେଳିରେ ବିସ୍ତ୍ରୁତ

ତନ୍ମଧ୍ୟରେ ଏ ଶୂନ୍ୟ ମହାଶୂନ୍ୟ –ବିଶାଳତାରେ ବ୍ୟସ୍ତ l

ଚପଳ ନାୟିକା-ଚଞ୍ଚଳ ଚାହାଣିର ଛଟା

‘ପ୍ରେମ’ ଓ ‘ମୋହ’ ମଧ୍ୟେ ସଂଙ୍କିର୍ଣ୍ଣତାର ଜୁଆର ଭଟ୍ଟା

ସମ୍ପର୍କର ଚଉମୁହାଣିରେ,ସଙ୍କଳ୍ପର ବୃକ୍ଷରାଜି ଗହଣରେ

ପତ୍ର ସବୁ ଝଡୁଥାଏ, ସମୀରଣ ପ୍ରବାହରେ

ପାଗ ପରିବର୍ତ୍ତନ ସନ୍ଦେଶ ଅନୁଠା l

ଭଗ୍ନ,ଭାରୀ ହୃଦୟର ନିଃସଙ୍ଗତା

‘ମନ’ ଓ ‘ବିବେକ’ ଦ୍ଵନ୍ଦ –ନାଃ ଯେ ବିରାମ

କିଏ ଦେଖେ ଚକାଡୋଳା ,

କାହା ପାଇଁ ସେ କୃଷ୍ଠବିବର-

ତନ୍ମଧ୍ୟରେ ସବୁ ଶୂନ୍ୟ-ମହାଶୂନ୍ୟ l

ସ୍ଵାର୍ଥର ମଞ୍ଚରେ ଭାବନାର କ୍ରିଡା

ତର୍କ ଯାଏ ସୀମିତ ଯେ ଜ୍ଞାନ

ପ୍ରକୃତି ସହ ଲଢୁଥାଏ, ଅସଫଳ ବିଜ୍ଞାନ l

ନିରୀହ ଜନତାଙ୍କ ଶବ ପରେ ଊଡେ

ରାଜନୀତି ପତାକା

‘ଉପ୍ତତ୍ତି’,ପ୍ରଗତିର ନାମେ

ପରମାଣୁ ଧମାକା l

ଏବଂ ତା’ପରେ ସବୁ ଶୂନ୍ୟ-ମହାଶୂନ୍ୟ l

ଆତ୍ମା’ ଖୋଜୁଥାଏ ‘ପରମାତ୍ମା’

ଲକ୍ଷ୍ୟରେ ବାରମ୍ବାର ପଥଭ୍ରଷ୍ଟ ହେଉଥାଏ

ଆସ୍ଥା ଓ ବିଡ଼ମ୍ବନା ଭିଡ଼ ମଧ୍ୟରେ

ଖୋଜୁଥାଏ ଏକ ‘ଶୂନ୍ୟ’

ଅନ୍ୟ ଏକ ‘ଶୂନ୍ୟ’ l


Rate this content
Log in

Similar oriya poem from Classics