STORYMIRROR

Sanjya Tripathy

Classics

4  

Sanjya Tripathy

Classics

ଗଣତନ୍ତ୍ର

ଗଣତନ୍ତ୍ର

1 min
258


ପୁଂଡକଟା କୁକୁଡା ପରି ଫଡ୍ ଫଡାଉଥୁବା

ସକାଳ,

କେବଳ ଚମକୁଥିବା ରଂଗର ଚାଲବାଜି

ମଧ୍ୟାହ୍ନ,

ଦୁର୍ଘଟଣାରେ ମରିଥିବା ବୁଲା କୁକୁରର ଅଂତବାଜୁଳା

ଅପରାହ୍ନ,

ଗଣବଳତ୍କାର ଫିଡିତାର ବାଂତ ଅନୁଭୂତି

ସଂଧ୍ୟା,

ଗୋଧୂଳି ସିକ୍ତ ଗାଁ ଦଂଡରେ ମଦୁଆଂକ ହୁଲସ୍କୁଲ

ରାତ୍ରି,

ପ୍ରଥମ ପ୍ରହର

ଗଣତଂତ୍ରରେ

ତୃତୀୟ ପ୍ରହର

ପରକ୍ରୀୟା ପ୍ରୀତିଲିପ୍ତ ମଣିଷ ମାନଂକର ଦଂଭୋକ୍ତି

ନିଷିଦ୍ଧାଚଳର କ୍ରମବର୍ଦ୍ଧିଷ୍ଣୁ ବିପଣୀ

ଭୋକରେ ଶୋଇଯାଉଥିବା ନିଷ୍ପାପ ଶିଶୁକ କରୁଣ ଅଭିବ୍ୟକ୍ତି ।

ଦ୍ବିତୀୟ ପ୍ରହର

ଅସହାୟତାର ଖରର ମାନଂକ ଆଗମନ

ଝରା ସେଫାଳୀର ମୃଣ୍ମୟୀ ମାହା

ପର୍ଯ୍ୟାପ୍ତ ପତିତ କଂକାଳର ବକ୍ରୋକ୍ତି

ସ୍ରଷ୍ଟା ମାନସର ସର୍ଜନ-ଅନୁସୃଜନ

ଶୀତ ସମାହିତ ଭାବମୟ ଚେତନା

ବିଶ୍ବ ବିମର୍ଦ୍ଦିନୀ କରୋନାର କଳାହସ ।



Rate this content
Log in

Similar oriya poem from Classics