ଗୁରୁହିଁ ସାକ୍ଷାତ ଈଶ୍ୱର
ଗୁରୁହିଁ ସାକ୍ଷାତ ଈଶ୍ୱର
ଗୁରୁ ଏ ସୃଷ୍ଟିର ସାକ୍ଷାତ ଈଶ୍ୱର
ବ୍ରହ୍ମା ବିଷ୍ଣୁ ମହେଶ୍ୱର
ତାଙ୍କ ପାଦତଳେ ପ୍ରଣତି ରଖିଲେ
ପାଇବ ଜ୍ଞାନ ମୁକ୍ତିର l
ଗୁରୁଙ୍କ ପରଶ ମିଳିଲେ ଆଶିଷ
ଦୁଃଖ କଷ୍ଟ ହଜିଯିବ
ଗୁରୁଙ୍କ ସେବାରେ ରହିଲେ ଭକ୍ତିରେ
କୋଟି ପୁଣ୍ୟ ପାଇଯିବ l
ଆଲୋକ ଜ୍ଞାନର ହଟେ ଅନ୍ଧକାର
ଗୁରୁ କୃପା ସଙ୍ଗେ ଥିଲେ
ସମାଜ କଲ୍ୟାଣ ଗୁରୁଙ୍କ ସମ୍ମାନ
ଭକ୍ତିରେ ଆଦର କଲେ l
ଗୁରୁ ସୃଷ୍ଟିକାରୀ ଯେ ପ୍ରଳୟକାରୀ
ସମାଜର ମଙ୍ଗଧର
ପଥ ପ୍ରଦର୍ଶକ ଶିକ୍ଷାର ବାହକ
ସତ୍ୟ ଧର୍ମ ସଂସ୍କୃତିର l
ଜୀବନ ସ୍ରୋତରେ ଜଞ୍ଜାଳ ସାଗରେ
ଗୁରୁ ମନ୍ତ୍ର ମହାଜ୍ଞାନ
ଜୀବନ ଯୁଦ୍ଧରେ ସାରଥୀ ରୂପରେ
ସହାୟ ଯେ ଗୁରୁ ଜାଣ l
ସତ୍ୟ ଶାନ୍ତି ପଥେ ଧର୍ମର ସହିତେ
ମାର୍ଗକୁ ଶିଖାଇ ଥାନ୍ତି
ଈଶ୍ୱର ଦର୍ଶନ ସାର୍ଥକ ଜୀବନ
ପରାମର୍ଶ ଦେଇଥାନ୍ତି l
ହେ ଗୁରୁ ଈଶ୍ୱର ପାଦେ ନମସ୍କାର
ସମାଜେ ହେଉ କଲ୍ୟାଣ
ସୁଗୁଣ ପ୍ରସାରୀ ଅଶିକ୍ଷା ହଟାଇ
ଆଣହେ ନବ ଜୀବନ l
