STORYMIRROR

TAPAS RAYSINGH

Abstract Classics Inspirational

4  

TAPAS RAYSINGH

Abstract Classics Inspirational

ବଡ଼ ଓଷା

ବଡ଼ ଓଷା

1 min
452

      

କାର୍ତ୍ତିକ ମାସିଆ ରାତି ପାହାନ୍ତାରୁ‌ 

    ଦେଉଛି ପଞ୍ଚୁକ ବୁଡ଼,

  ବଡ଼ ଓଷା ତୁମ କରିଅଛି ଜାଣ

    ହେ ପ୍ରଭୁ ଧବଳେଶ୍ଵର..!!


 ମୁଁ ହାତରେ ଧରିଛି ବେଲପତ୍ରର 

   ସାଙ୍ଗରେ ଆଣିଛି କ୍ଷୀର

ତା ସଙ୍ଗେପୁଣି ଦୁଦୁରା ଫୁଲ, ଯିବି

   ମୁଁ ଧବଳେଶ୍ୱର ପୂଜିବି ଶ୍ରୀ 

 ହର ହର ମହେଶ୍ୱ ହେ ଶଙ୍କର...!!


ତୁଣ୍ଡେ ଧରି ତୁମ ନାମ ବଡ଼ ଓଷା 

  ଆଜି କରେ ନିଷ୍ଠାରେ ତୁମର 

ହେ ବଡ଼ ଠାକୁର ହେ କରୁଣାକର 

  ବଡ଼ ଓଷା ଆଜି ତୁମର ହେ 

       ନାଗେଶ୍ୱର 

   ଜୟ ଜୟ ଧବଳେଶ୍ଵର....!!


ଦୁଦୁରା ଫୁଲରେ ତୁମେ ଦିଶୁଚ ସୁନ୍ଦର 

  ହେ ମହେଶ୍ୱର,ପୁଣି ବଡସିଂହାର 

ବେଶରେ ଦିଶୁଛ ମନହର ହେ ଶଙ୍କର

  ନଲାଗୁ ନଲାଗୁ କାହା ନଜର

     ହେ ନାଗେଶ୍ୱର...!!


 ଧଳା ନେତ ତୁମ ମନ୍ଦିରେ ଉଡ଼ୁଛି 

   ଫର ଫର କାହିଁ କେତେ 

ଦୂରରୁ ଭକ୍ତ ଆସୁଛି ତୁମ ପାଦେ ଗଡି 

  ଯାଉଛି କରି କେତେ ମାନସିକ

     ହେ ପ୍ରଭୁ ଶଙ୍କର...!!

   

ତୁମେ ପରା ସଭିଙ୍କର ମନ ବୁଝି ପାର 

   ବୋଲି ସଂସାର ଝୁରେ ତୁମ 

ଆଶିଷ ହେ ପ୍ରଭୁ ମୋ ବେଳକୁ ତୁମେ   

  ହେବନି ନିଷ୍ଠୁର ହେ ଶ୍ରୀ ଧବଳେଶ୍ୱର...!!


କଳାକୁ ତୁମେ ଧଳା କରିପାର ବୋଲି

    ନାମଟି ଧବଳେଶ୍ଵର, ହେ

ୟାକୁ ଦିଅ ତାକୁ ଦିଅ ଯାଚି କେତେ ବର 

  ମୋ ପାଇଁ କାହିଁ ଏତେ ନିଷ୍ଠୁର??

       ହେ ଶଙ୍କର....!!


କୋପେ ଦିଅ ବର ପୁଣି ତପେ ଦିଅ ବର

   ତୁମେ ଆଶୁତୋଷ ହର,

ମୋ ବେଳକୁ କାହିଁ ଏଡିକି‌ କଞ୍ଜୁସ୍

    ଦେଖାଅ ଶୂନ୍ୟ ଭଣ୍ଡାର 

      ହେ ଶଙ୍କର...!!


ଏତିକି ବିନତି ମୋହର ପ୍ରଭୁ କରିବନି 

    କେବେ ତୁମ ଠାରୁ ଦୂର

ନଦିଅ ପଛେ ମୋତେ ରତ୍ନ ଭଣ୍ଡାର

 ମୋ ପାଶେ ଥାଇ ସଦା ସକଳ

  ହେ ମୋ ହର ହର ଶଙ୍କର...!!

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract