STORYMIRROR

TAPAS RAYSINGH

Romance Inspirational Others

3  

TAPAS RAYSINGH

Romance Inspirational Others

ମୋ ଗୋଲାପ କଢ଼ି

ମୋ ଗୋଲାପ କଢ଼ି

1 min
228

ସଖି ଗୋ ପାହାନ୍ତିଆ ତାରା ଫୁଟିଲେ

ଆକାଶେ ତୁମ କଥା ଭାରି ମନେ ପଡ଼େ

ତୁମ କଥା ଭାରି ମନେ ପଡେ ଖାଲି 

ତୁମ କଥା ମନେ ପଡେ ସଖି ଗୋ ।


ତମେ କେମିତି ଶୋଇ ପାରୁଛ ରାତିରେ

ମୋବିନା ଆସୁଛି କି ନିଦ ଶାନ୍ତିରେ

ଓ ସାଥିରେ କେମିତି ତମେ ରହି ପାରୁଛ

ରାତିରେ ଓ ସାଥିରେ ।


ଓ ସେଥିରେ ତମେ ଯେବେ ପାଖେ ଥିଲ 

ଲାଗୁଥିଲା ଭାରି ଭଲ,ଜହ୍ନ ରାଇଜକୁ 

ଯାଇ ତୋଳୁ ଥିଲେ ସାଥୀ ହୋଇ

କେତେ ରଙ୍ଗ ବିରଙ୍ଗ ଫୁଲ ।

 

ନିଦ ଭାଙ୍ଗିଗଲା ପାହାନ୍ତିଆ ସକାଳେ

ତୁମେ ଲୁଚିଗଲ ଭାବନା ରାଇଜେ ଗୋ ସଖି

ତମେ ନାହଁ ବୋଲି ମୋ ପାସେ ମନ ଝୁରେ 

ନିଇତି ସକାଳେ ସଂଞ୍ଜେ ।


ତମେ ପାସେ ନାହଁ ବୋଲି ଲାଗେ ସବୁ ଖାଲି ଖାଲି 

ଏ ଜୀବନଟା ଲାଗେ ସତେ ମରୁ ଚୋରା ବାଲି

ଆହା ସତେ ମରୁ ଚୋରା ବାଲି

ବଞ୍ଚିବାକୁ ହୁଏ ଖାଲି ସ୍ମୃତିକୁ ଜାବୁଡ଼ି ।


ଗୋ ସଖି ନିଇତି ସକାଳେ ସୂରୁଜ ଆସିଲେ  

ତୁମ କଥା ଭାଳି ହୁଏ କେବେ ତମେ ଆସିବ

ମୋ ଘରକୁ ଲକ୍ଷ୍ମୀ ପ୍ରତିମା ହୋଇ ସଞ୍ଜ 

ସକାଳେ ବୃନ୍ଦାବତି ପାସେ ଦେବ ସଞ୍ଜ ଆଳତି

ଘର ମୋ ପଡ଼ିବ ଫାଟି

ଆଗୋ ପ୍ରିୟତମା ଗୋଲାପ କଢ଼ି

ଖାଲି ତମେ ତ ତମେ ତ ତମେ ତ ତମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance