STORYMIRROR

ମୁକ୍ତିରାଣୀ ଦେବତା

Romance

4  

ମୁକ୍ତିରାଣୀ ଦେବତା

Romance

ସଜନୀ

ସଜନୀ

1 min
10


ସଜନୀ ଗୋ ତୁମେ ମଳୟର ପ୍ରୀତି 

ଅଙ୍ଗେଅଙ୍ଗେ ଯାଅ ଛୁଇଁ 

ତୁମରି ପରଶେ ମିଳେ ଶୀତଳତା 

ଆନମନା ହୁଏ ମୁହିଁ ।। 


ସଜନୀ ଗୋ ତୁମେ ଚୋରା ଚଇତାଳି 

କୋକିଳର ମଧୁସ୍ବନ 

ପ୍ରେମିକ ହୃଦୟେ ନିନାଦିତ ହୁଅ

ମୁଗ୍ଧ ହୁଏ ତନୁମନ ।। 


ସଜନୀ ଗୋ ତୁମେ ପ୍ରୀତିର ରଙ୍ଗରେ

ରଙ୍ଗାୟିତ କର ମୋତେ 

ସପନ ନାୟିକା ତୁମେ ଅନାମିକା

ସରଗର ପରୀ ସତେ ।। 


ସଜନୀ ଗୋ ତୁମେ ପ୍ରେମର ବାରିରେ

ନିଃସଙ୍ଗତା ମୋର ହର 

ପ୍ରଣୟ ବର୍ଷାରେ ଉନ୍ମାଦିତ ହେବା

ଦୁନିଆଁକୁ କରି ପର ।। 


ସଜନୀ ଗୋ ତୁମେ ଶୀତ ପ୍ରଭାତର 

କଅଁଳ ଖରାର ତାତି 

ସ୍ବର୍ଣ୍ଣିମ ବେଳାର ମଧୁର ଲଗନେ 

ପୂର୍ଣ୍ଣମୀର ଜହ୍ନରାତି ।। 


ସଜନୀ ଗୋ ତୁମେ ମନ ଆକାଶରେ 

ସାଜିଥାଅ ଇନ୍ଦ୍ରଧନୁ 

ଜୀବନ ନାଆଟି ସାଜଇ ଅପୂର୍ଣ୍ଣ 

ପ୍ରିୟତମା ତବ ବିନୁ ।। 


                    ମୁକ୍ତିରାଣୀ ଦେବତା 

                   ମନ୍ଦାରଖଣ୍ଡ, ଯାଜପୁର

         


Rate this content
Log in

Similar oriya poem from Romance