ଉତ୍କଳ ବାସୀ
ଉତ୍କଳ ବାସୀ
ଉତ୍କଳ ବାସୀ (କବିତା)✍️🌹
ନିଦ୍ରା ପରିହାର ଉତ୍କଳ ଜାତି
ବିଳାସ ବ୍ୟସନେ ଯାଇଛ ମାତି
ପ୍ରସୁପ୍ତ ହୋଇଣ ବିତାଅ କାଳ
ବିଲୁପ୍ତ ହୋଇଲା ପ୍ରାଚୀନ ବେଳ ।
ସ୍ବର୍ଣ୍ଣାକ୍ଷରେ ଲେଖା କଳିଙ୍ଗ ଗାଥା
ଅବିସ୍ମରଣୀୟ ତାହାର କଥା
ପୂର୍ବଜ ତୋହର ସଂଗ୍ରାମୀ ବୀର
ଅସ୍ତ୍ର ଯେ ତାଙ୍କର ଅହିଂସା ତୀର ।
କରିଲେ ଉତ୍ସର୍ଗ ନିଜର ପ୍ରାଣ
ସେହି ଏକା ଖାଣ୍ଟି ଓଡ଼ିଆ ଜାଣ
ଉତ୍କଳ ଜାତିର ରଖିଲେ ମାନ
ନିଷ୍ଫଳ ହୋଇନି ସେ ବଳିଦାନ ।
ତାଙ୍କରି ଦାୟାଦ ଅଟୁରେ ତୁହି
ଭୀରୁତାପଣରେ ରହିଛୁ ଚାହିଁ
ନାରୀଙ୍କ ମର୍ଯ୍ୟାଦା ହୁଅଇ କ୍ଷୟ
ମନେ କିମ୍ପା ଏତେ କରୁଛୁ ଭୟ ।
ବିବେକ ବିଚାର ଦେଇଛୁ ମାରି
ଜୀବନ ଯୁଦ୍ଧରେ ଯାଇଛୁ ହାରି
ଜାଗ୍ରତ ହୁଅରେ ଉତ୍କଳ ବାସୀ
ମାତୃଭୂମି ମୋର ଉଠୁରେ ହସି ।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ, ଯାଜପୁର
