STORYMIRROR

ମୁକ୍ତିରାଣୀ ଦେବତା

Romance

4  

ମୁକ୍ତିରାଣୀ ଦେବତା

Romance

ପ୍ରିୟାର ଶୋଭା

ପ୍ରିୟାର ଶୋଭା

1 min
19


ପ୍ରେୟସୀ ଅଧର କମଳ ସମ 

ଭ୍ରମରକୁ ସତେ ହୋଇଲା ପ୍ରେମ 

କଜ୍ଜ୍ଵଳପୂରିତ ନୟନ ତା'ର 

ରସିକ ଚିତ୍ତକୁ ମାରଇ ଶର ।। 


ଭ୍ରୂଲତା ଯୁଗଳ କିମିଆଁ କରେ 

ଘନ ମୁକ୍ତକେଶୀ ପ୍ରାଣକୁ ହରେ 

କପାଳେ ତାହାର ଶୋହାଏ ବିନ୍ଦି 

ପ୍ରେମିକ ହୃଦୟ ହୁଏରେ ବନ୍ଦୀ ।।


ଗ୍ରୀବାଦେଶେ ସାଜେ ମାଣିକ୍ୟ ହାର 

ପ୍ରାଣପ୍ରିୟା ମନେ ତୋଳିଛି ଘର 

ହେମକାନ୍ତି ତନୁ କି ମନଲୋଭା 

ଲୋହିତ ବସନ ବଢାଏ ଆଭା ।।


କୋମଳ ଉରଜ ପ୍ରମତ୍ତ କରେ 

କାମଭାବ ଚିତ୍ତ ଦହନ କରେ 

କ୍ଷୀଣକଟି କେଡେ ଆକର୍ଷୀ ଦିଶେ 

କରଦ୍ବୟ ସତେ ମଧୁର ବାସେ ।।


ରୂପକୁ ତାହାର ବର୍ଣ୍ଣିବା ଲାଗି 

ବିମୁଗ୍ଧ ପ୍ରେମିକ ସାଜିଛି କବି 

ପ୍ରିୟାର କାନ୍ତିକୁ କରିଣ ଦୃଷ୍ଟି 

ପ୍ରେମର ରସରେ ରଚଇ ସୃଷ୍ଟି ।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance