STORYMIRROR

ମୁକ୍ତିରାଣୀ ଦେବତା

Romance

4  

ମୁକ୍ତିରାଣୀ ଦେବତା

Romance

ମୌସୁମୀ ରାଣୀ

ମୌସୁମୀ ରାଣୀ

1 min
16


ତବ ଆଗମନେ ଧରାପୃଷ୍ଠ ଏବେ 

ସବୁଜିମାମୟ ଦିଶେ

ଜଳଧର ସାଥେ ଚପଳା ସୁନ୍ଦରୀ 

ଏକାକାର ହୋଇ ମିଶେ ।। 


ନୃତ୍ୟାଙ୍ଗନା ସାଜେ ଉନ୍ମାଦିନୀ ଶିଖୀ

ପ୍ରମତ୍ତେ ମିଳନ ସୁଖେ 

ନିଃସଙ୍ଗ ହୃଦୟେ କ୍ଳେଶ ଅସୁମାରୀ

ବିରହୀ ମରଇ ଦୁଃଖେ ।।


ଚାଷୀକୁଳ ମୁଖେ ହାସ୍ଯ ଚହଟଇ 

ଆମୋଦିତ ହୁଏ ଚିତ୍ତ 

କୃଷିକାର୍ଯ୍ୟେ ତା'ର ପରମ ଆନନ୍ଦ 

ଶସ୍ୟକ୍ଷେତ ସାଜେ ମିତ ।। 


ବିଜନ ପ୍ରହରେ ରଜନୀର କାଳେ 

ମଣ୍ଡୁକ ରଜାର ନାଦ 

ଭୀତିପ୍ରଦ ହୁଏ ନିଶାର ଶବଦ 

ଶୟନ ଲାଗି ତ ବାଦ ।। 


ବରଷା ରାଣୀର ଶୀତଳ ପରଶ 

ମହୀକୁ ଦିଅଇ ତୃପ୍ତି

ନିଦାଘ କଷଣ ହୋଇଣ ଦୂରୀତ

ଉଷ୍ଣତାରୁ ମିଳେ ମୁକ୍ତି ।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance