STORYMIRROR

ମୁକ୍ତିରାଣୀ ଦେବତା

Classics

4  

ମୁକ୍ତିରାଣୀ ଦେବତା

Classics

ସର୍ବ ଶୋଭାମୟୀ

ସର୍ବ ଶୋଭାମୟୀ

1 min
16


ସୁନୀଳ ଅମ୍ବରେ ତପନ ଶୋହେ, 

ଶୁଭ୍ର ବାରିବାହ ଚିତ୍ତକୁ ମୋହେ। 

ହରିତ ବର୍ଣ୍ଣରେ ଅବନୀ ଦିଶେ, 

ସୁମନ ସୁରଭି ମଧୁର ବାସେ।


ବିହଙ୍ଗ କୁଜନ ବିଷାଦ ହରେ, 

ପ୍ରାଣବନ୍ତ ସାଜି ଆନନ୍ଦ ଭରେ। 

ସ୍ନିଗ୍ଧ ପ୍ରଭାତର ଅପୂର୍ବ ଆଭା, 

ସୁନେଲୀ କିରଣ କି ମନଲୋଭା।


ସୁଉଚ୍ଚ ଶିଖରୀ ହୃଦୟ ଜିଣେ, 

ସୁଷମା ତାହାର ମନକୁ କିଣେ। 

କୋକିଳ ଆଳାପେ ମଧୁର ଗାନ, 

ନୈସର୍ଗିକ ଶୋଭା ବିହିର ଦାନ।


ପ୍ରବାହିତ ହୁଏ ସରସୀ ନୀର, 

ସୁମଧୁର ଶୁଭେ ତାହାର ସ୍ବର। 

ଭ୍ରମର ଆକର୍ଷେ ନଳିନୀ ଦେଖି, 

ମକରନ୍ଦ ସ୍ୱାଦ ପାରୁଛି ଚାଖି। 


ନବ ପଲ୍ଲବିତ ପାଦପ ଶ୍ରେଣୀ,  

ଭାବୁକ ମନକୁ କରୁଛି ଗୁଣି। 

ଅତି ମନୋହର ରୂପ ସମ୍ଭାର, 

ଜୀବନର ଅଟେ ସେହି ଆଧାର।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics