STORYMIRROR

ମୁକ୍ତିରାଣୀ ଦେବତା

Comedy

4  

ମୁକ୍ତିରାଣୀ ଦେବତା

Comedy

ମଡର୍ଣ୍ଣ ବୋହୂ

ମଡର୍ଣ୍ଣ ବୋହୂ

1 min
20



ମେନକା ମାଉସୀ ଆଣିଲେ ବୋହୂ 

ବୋହୂ ନୁହେଁ ସିଏ ବିଦେଶୀ ମହୁ

ହିନ୍ଦୀ ଇଂରାଜୀର ପଞ୍ଚ୍ ମାରେ 

ଓଡ଼ିଆ ଭାଷାର ମହତ ସାରେ ।


ବେଡ୍ଟି ଲୋଡ଼େ ଅଧୁଆ ମୁଖେ 

ରାନ୍ଧୁରାନ୍ଧୁ ବୋହୂ ନିଇତି ଚାଖେ 

ଶାଢ଼ୀ ଛାଡି ସିଏ ପିନ୍ଧୁଛି ନାଇଟ୍ 

ଶାଶୁମାଆ ସାଥେ କରୁଛି ଫାଇଟ୍ ।


ହାଇହିଲ୍ ସିଏ ଲିପଷ୍ଟିକ ବାଲି 

ଓଠରେ ବୋଳୁଛି ଗୋଲାପି ନାଲି 

ଧୋବଲୀ ହୋଇଛି ପାର୍ଲର ଯାଇ 

ଦିଶୁଛି କି ସତେ ଚମରୀ ଗାଈ ।


ମୋବାଇଲ ଧରି ରିଲ୍ କରେ

ଇଜ୍ଜତ ମହତ ପଦାରେ ସାରେ

ଉଦଣ୍ଡ ନୃତ୍ୟରେ ମୋହୁଛି ମନ

କମେଣ୍ଟ ମିଳୁଛି ସୁଇଟ୍ ଧନ ।


ଶାଶୁଘରେ ଡ଼େଲି ଖାଉଛି ଭାଉ 

ସଞ୍ଜ ଓ ସକାଳେ ସେ ରାଉରାଉ

ଦେଶୀ ବ୍ୟଞ୍ଜନ ଯେ ଦେଉଛି ଦୁଃଖ

ବିଦେଶୀ ଖାଇବା ଲାଗୁଛି ସୁଖ ।


ବୋହୂ ଢଙ୍ଗ ଦେଖି ଶାଶୁମାଆ କାବା

ସପନ ହୋଇଲା ବୋହୂର ସେବା 

ଧନ୍ଯହେ ଆଜିର ମଡର୍ଣ୍ଣ ନାରୀ 

ନାରୀ ନୁହେଁ ତୁମେ ଉଡ଼ନ୍ତା ପରୀ ।


          


Rate this content
Log in

Similar oriya poem from Comedy