STORYMIRROR

ମୁକ୍ତିରାଣୀ ଦେବତା

Inspirational

4  

ମୁକ୍ତିରାଣୀ ଦେବତା

Inspirational

ଜୀବନ ସିନ୍ଧୁ

ଜୀବନ ସିନ୍ଧୁ

1 min
18


ଜୀବନ ଯମୁନା ଉଜାଣି ସୁଅ, 

ପ୍ରତିକ୍ଷଣେ କାୟ ହୁଅଇ ଦାହ। 

କଣ୍ଟକିତମୟ ଜୀବନ ପଥ, 

ଅତୀବ ଦୁର୍ବୋଧ୍ୟ ଏହାର ଅର୍ଥ। 


ଅଳୀକ ସଂସାରେ ନଶ୍ବର ଘଟ, 

ମରଣ ସାଥୀରେ ହୋଇବ ଭେଟ। 

ଧନଜନ ମାନ ସବୁ ଅସାର, 

କ୍ଷଣିକ ମୁହୂର୍ତ୍ତେ ସାଜଇ ପର। 


ରୂପରଙ୍ଗ କିବା ରୁହଇ ସଦା, 

ଦୁଷ୍କୃତି ଅର୍ଜିଣ ମିଳଇ ନିନ୍ଦା। 

ଅନ୍ତର୍ମନେ ଥିଲେ ଅମାପ ଗର୍ବ, 

ପ୍ରାପତ ହୁଏନି ମୋକ୍ଷର ମାର୍ଗ। 


ବିଭୀଷିକାମୟ କାଳର ଫାଶ, 

ପ୍ରାଣୀଏଁ ଅଟନ୍ତି ଏହାର ବଶ। 

ଅନିତ୍ୟ ସାଜଇ ଜୀବନ ଖେଳ, 

ବାହୁଡ଼ନ୍ତି ସର୍ବେ ହୋଇଲେ ବେଳ। 


ଜନ୍ମଠୁ ମରଣ ଏହାର ଗତି, 

ହର୍ଷକ୍ଳେଶ ମିଶା ଜୀବନ ରୀତି। 

ଧର୍ମକୁ ଆଚରି ହୋଇଲେ ସାଧୁ, 

ଜୀବନ ସିନ୍ଧୁରୁ ନିର୍ଝରେ ମଧୁ। 


            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational